ହେଡଲାଇନସ୍:

ଲୋକପ୍ରିୟତା ଆଣିପାରେ ହ୍ୟାଟ୍ରିକ ସଫଳତା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଆଙ୍କ ଆଶିଷ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ସୁଶାନ୍ତ  

ବରଗଡ :- ଅନ୍ୟ ଦଳ ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିନଥିବା ବେଳେ ଆଜି ମା ଦୁର୍ଗାଙ୍କ ଆଶିଷ ନେଇ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ |  ଜିଲ୍ଲାର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭଟଲି  ଲଗାତାର ବିପୁଳ ଜନ ସମର୍ଥନ ସହ ଟାଣୁଆ ନେତାଙ୍କୁ ହରାଇ ବିଜୟ ଲାଭ କରୁଥିବା ସୁଶାନ୍ତ ସିଂ ଏଥର ମଧ୍ୟ ଜିତି ହ୍ୟାଟ୍ରିକ ମାରିବେ ବୋଲି ଦୃଢ ଆଶା ପୋଷଣ କରିଛନ୍ତି ତାଙ୍କ ସମର୍ଥକ | ଭଟଲି ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ସ୍ନେହ ଶ୍ରଦ୍ଧା, ଆଉ ଆଶୀର୍ବାଦ ମୋ ଉପରେ ଅଛି,ଆଉ ଏଇଥର ନି ଅନୁରୂପ ଭଲ ପାଇବା ମୋ ନିର୍ବାଚନମଣ୍ଡଳୀବାସୀଙ୍କ ଠୁ ପାଇବେ ବୋଲି ବିଶ୍ୱାସ ରଖିଛନ୍ତି ମନ୍ତ୍ରୀ ଶ୍ରୀ ସିଂ |

 2009 ଓ 2014 ରେ ନିଜର ନିକଟତମ ପ୍ରତିଦ୍ବନ୍ଦୀମାନଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ନିଜର ଲୋକ ପ୍ରିୟତା ପ୍ରମାଣିତ କରିଛନ୍ତି ସୁଶାନ୍ତ | ଜଣେ ଟାଣୁଆ ସଂଗଠକ, ମଣିଷ ଦରଦୀ ନେତା ତଥା ତୃଣମୂଳ ସ୍ତରର ଲୋକଙ୍କ ସହ ମିଶୁଥିବା ନେତା ସୁଶାନ୍ତଙ୍କ ଲୋକ ପ୍ରିୟତା ଗ୍ରାଫ ପୂର୍ବାପେକ୍ଷା ଅଧିକ ଉପରମୁହାଁ ହୋଇପାରିଛି | ତାଙ୍କ ଲାଇଫ ଷ୍ଟାଇଲ ଆଉ କାର୍ଯ୍ୟ ଶୈଳୀ ଦଳମତ ନିର୍ବିଶେଷରେ ଲୋକମାନଙ୍କୁ ଆକୃଷ୍ଟ କରି ପାରିଛି | ପ୍ରଥମେ ଶ୍ରମ ମନ୍ତ୍ରୀ ଓ ପରେ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହି ନିଜର ଦକ୍ଷତାର ପରିଚୟ ଦେଇସାରିଛନ୍ତି। ଶ୍ରମ ଓ ଶକ୍ତି ବିଭାଗ ରେ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ  ବର୍ତମାନ ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି । ତାଙ୍କର ସିଦାସଧା ନିରାଡ଼ମ୍ବର ଜୀବନ ଶୈଳୀ ଓ ସଦାସର୍ବଦା ଲୋକଙ୍କର ସେବା କରିବାର ବ୍ୟଗ୍ରତା ତାଙ୍କର ୟୁଏସପି | ତାଙ୍କ ସାଙ୍ଗଠନିକ ଦକ୍ଷତା ସେ ପ୍ରମାଣିତ କରିପାରିଥିଲେ  ଗତ ବିଜେପୁର ଉପନିର୍ବାଚନ  ସଫଳ ଫ୍ଲୋର ମ୍ୟାନେଜମେଣ୍ଟ କରି | ବିରୋଧୀମାନଙ୍କର ସମସ୍ତ ପ୍ରକାର ବ୍ୟୁହ ଭେଦ କରି ଭେଦକରି ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ 42ହଜାର ଭୋଟରେ  ବିଜୟୀ କରାଇ ପାରିଥିଲେ ଯାହାକି ତାଙ୍କର ସାଙ୍ଗଠନିକ ଦକ୍ଷତା ର ପ୍ରମାଣ । 

    2019 ସାଧାରଣ ନିର୍ବାଚନ ପାଇଁ ଆଜି ମନ୍ତ୍ରୀ ଶ୍ରୀ  ସିଂହ ବରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପିରାମ ମାଝୀ ଙ୍କର କାର୍ଯଳୟ ରେ ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଶ୍ରୀ ସିଂହ ପ୍ରଥମେ ସୋହେଲା ଦୁର୍ଗା ମନ୍ଦିରକୁ ଯାଇ ବିଧିବଦ୍ଧ ବାହାରେ ପୂଜାର୍ଚନା କରିବା ପରେ ନିଜର ସ୍ୱଳ୍ପ କିଛି ସମର୍ଥକମାନଙ୍କର ସହିତ ଅତିରିକ୍ତ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ  ପହଂଛି 2 ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୂଚନା ଯୋଗ୍ୟ ଯେ କେବଳ ବିଜେଡି ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି ଏ ପର୍ଯନ୍ତ କୋଣସି ପ୍ରାର୍ଥୀ ଘୋଷଣା କରିନାହିଁ । କଂଗ୍ରସ ବରଗଡ଼ , ଅତବିରା ଓ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି ହେଲେ ବିଜେପୁର ଓ ଭଟଲି ପାଇଁ କୋଣସି ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ ।

           ଗତ ଥର ଅପେକ୍ଷା ଏ ଥର ତାଙ୍କର ବିଜୟ ବ୍ୟବଧାନ ନିଶ୍ଚିତ ଭାବରେ ବଢିବ ଏଥିରେ ସନ୍ଦେହ ନାହିଁ ଓ ଭଟଲି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ତାଙ୍କୁ ନିଶ୍ଚିତ ଭାବରେ ଆଶିର୍ବାଦ କରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।।  

 

0
0
0
s2sdefault