ହେଡଲାଇନସ୍:

ହକ୍ ମାଗୁଛି ଓଡିଶା : ପଥପ୍ରାନ୍ତ ସଭା ମାଧ୍ୟମରେ ଅରୁଣଙ୍କ ଦଳୀୟ ପ୍ରଚାର ଅଭିଯାନ  ଆରମ୍ଭ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥି ଡ. ଅରୁଣ କୁମାର ସାହୁ ଆଜି ଓଡଗାଁ ବ୍ଲକ ଗୈାଡପୁଟ ପଂଚାୟତର ବନ୍ଧସାହି ଗ୍ରାମରୁ ସହସ୍ରାଧିକ ସମର୍ଥକଙ୍କ ସହିତ ସୋଭାଯାତ୍ରାରେ ବାହାରି ତାଙ୍କର ପ୍ରଚାର ଅଭିଯାନ ଆରମ୍ବ କରିଛନ୍ତି । ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଜିଲ୍ଲା ବିଜୁ ଯୁବ ଜନତାଦଳ ସଭାପତି ରମେଶ ଚନ୍ଦ୍ର ସାହୁ, ବିଜୁ ଛାତ୍ରନେତା ନୀଳମାଧବ ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ନଳିନୀ ପ୍ରଭା ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରତିମା ପାତ୍ର, ଓଡଗାଁ ସରପଂଚ ଗାୟତ୍ରୀ ସାହୁ ପ୬ମୁଖ ଯୋଗଦେଇଥରଲେ । ସୁନାମୁହିଂ ପଂଚାୟତ ଠାରେ ହକ ମାଗୁଛି ଓଡିଶା ପଥପ୍ରାନ୍ତ ସଭାରେ ଡ. ଅରୁଣ ସାହୁ ଯୋଗଦେଇ ଓଡିଶା ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା, ସମ୍ପର୍କରେ କହିବାକୁ ଯାଇ କେନ୍ଦ୍ର ରାଜ୍ୟ ଠାରୁ ଅଧିକ ଅର୍ଥ ନେଉଥରବା ବେଳେ ଦେଲାବେଳେ କମ ଦିଏ ବୋଲି କହିଥିଲେ । ଆପଣମାନେ ଆପଣଙ୍କ ଅଂଚଳରେ ଶାନ୍ତି ବଜାୟ ରଖନ୍ତୁ ପ୍ରଗତି ମୋର ଦାୟୀତ୍ୱ । ବିଜୁ ନବିନ ପରିବାରର ଜଣେ ଜଣେ ସଦସ୍ୟ ଭାବରେ ଏଭଳି ସମର୍ଥନ ଦିଅନ୍ତୁ ଯଦ୍ୱାରା ନବିନ ପଟ୍ଟନାୟକ ପଂଚମଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଏକ ସ୍ୱତନ୍ତ୍ର ରେକର୍ଡ  ରଖିବା ସହିତ ଆପଣମାନଙ୍କର ସେବା କରିବାର ସୁଯୋଗ ପାଇବେ । ସୁନାମୁହିଁ ସରପଂଚ ମାନସ ରଞ୍ଜନ ସାହୁ, ସମିତି ସଭ୍ୟ ଭାଗବତ ବାରୀକ, ବିଜନ ପାଇକରା ପ୍ରମୁଖ ସରବାରଙ୍କର ବିକାଶ ଏବଂ ଉପଲବ୍ଧି ସମ୍ପକ୭ରେ ସମସ୍ତ ତଥ୍ୟ ରଖିଥିଲେ ।

0
0
0
s2sdefault