ହେଡଲାଇନସ୍:

ସରୋଜଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀ ସଂଘର ବିରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର/ ନିରୋଜ ମିଶ୍ର : ଆଗକୁ ସାଧାରଣ ନିର୍ବାଚନ । ଟିକେଟ୍‌କୁ ନେଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଲାଗି ରହିଛି । କେଉଁଠି ଟିକେଟ୍‌ ନ ପାଇ ନେତାମାନେ ଦଳ ଛାଡୁଥିବାବେଳେ ତ ପୁଣି କେଉଁଠି ନ ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ନେତା । ପୁଣି କେଉଁଠି ପ୍ରତିଶୃତି ପାଳନ ନ ହେବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ନେତା । ସେହି କ୍ରମେ ଯୋଡି ହୋଇ ଯାଇଛି ବଲାଙ୍ଗୀରର ପାଟଣାଗଡ ନିର୍ବାଚନ ମଣ୍ଡଳ । ଗତ ସୋମବାର ଏହି ଆସନ ପାଇଁ ସରୋଜ ମେହେରଙ୍କ ନାମ ଘୋଷଣା ହୋଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଆଦିବାସୀ ସଂଘ । ପାଟଣାଗଡ ଆସନ ଜଣେ ଆଦିବାସୀଙ୍କୁ ଟିକେଟ ଦେବା ପାଇଁ ଦାବି ହୋଇଆସୁଥିଲା । ଏହି ଆସନ ପାଇଁ ଆଦିବାସୀ ସଂଘର ସଭାପତି ନିରଞ୍ଜନ ବିଶି ଆଶାୟୀ ଥିଲେ । ହେଲେ ଦଳ ନିରଞ୍ଜନଙ୍କ ବଦଳରେ ସରୋଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ଆଦିବାସୀ ସଂଘ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି । ମଙ୍ଗଳବାର ଆଦିବାସୀ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ବିଜେଡ଼ି ନେତା କଳିକେଶ ନାରାୟଣ ସିଂହଦେଓଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

 

0
0
0
s2sdefault