ହେଡଲାଇନସ୍:

ଶିକ୍ଷକ ମୌସୁଧୀଙ୍କ ଉପରେ ନବୀନଙ୍କ ଆସ୍ଥା, ମିଳିଲା ବିଜେଡି ଟିକେଟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବିଭିନ୍ନ ବର୍ଗରୁ ଛୁଟିଲା ଶୁଭେଚ୍ଛାର ସୁଅ 

ଧର୍ମଗଡ/ସୁଶାନ୍ତ ରାଉତ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଧର୍ମଗଡ ଲୋକସଭା ଆସନ ପାଇଁ ମୌସୁଧୀ ବାଗଙ୍କ ନାମ ଘୋଷିତ ହୋଇଛି । ଧର୍ମଗଡ ଆସନ ପାଇଁ ପଛୁଆ ବର୍ଗର ଜଣକୁ ବିଜେଡି ଟିକଟ ଦେବାପାଇଁ ଦାବି ହେଉଥିଲା । ୨୦୧୪ ନିର୍ବାଚନରେ ଏହି ଆସନରୁ ବିଜେଡି ଟିକଟରେ ଜିତିଥିବା ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଏଥର କଳାହାଣ୍ଡି  ଲୋକସଭା ଆସନରୁ ଲଢିବେ । ଶିକ୍ଷକତାରୁ ରାଜନୀତିକୁ ଓହ୍ଲାଇଥିବା ମୌସୁଧୀ ବାଗଙ୍କ ରାଜନୈତିକ ଅଭିବୃଦ୍ଧି କାମନା କରି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ସୁଭେଚ୍ଛା ଜ୍ଞାପନ କରାଯାଇଛି । ଏହାସହ ବିଭିନ୍ନ ମହଳରୁ ଶ୍ରୀଯୁକ୍ତ ବାଗଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

0
0
0
s2sdefault