ହେଡଲାଇନସ୍:

ଜନସମ୍ପର୍କ ଯାତ୍ରା :  ଦାମଙ୍କ ଗଡରେ ଲଗାତାର ବିଜେଡିର ଶକ୍ତି ପ୍ରଦର୍ଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗରଜିଲେ ପ୍ରତାପ, ଅତନୁ, ଦେବାଶିଷ ଓ ପ୍ରଶାନ୍ତ  

ପାରାଦୀପ (ଉପେନ୍ଦ୍ର ଗୁରୁ)  ନବୀନ ସାଥେ ରହିବା ନୂତନ ଓଡିଶା ଗଢିବା ଡାକରାରେ ଆଜି ପାରାଦୀପ ଠାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ସମାବେଶ ଅନୁଷ୍ଠିତ  ହୋଇଯାଇଅଛି । ସ୍ଥାନୀୟ ଜୟଦେବ ସଦନର  ପଣ୍ଡା ଓ ଏଫ୍ସିଆଇ ବିଶ୍ୱକର୍ମା ପୂଜା ପଡିଆରେ ପାରାଦୀପ ବିଜୁଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସମାବେଶର ସାଧାରଣ ସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଅତନୁ ସବ୍ୟସାଚୀ ନାୟକ, କଟକ ବାରବାଟିର ବିଧାୟକ ଦେବାଶିଷ ସାମନ୍ତରାୟ, ଏରସମା ବାଲିକୁଦାର ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ ଡ. କୁଳମଣୀ ସାମଲ, ପାରାଦୀପ ପୌରପରିଷଦର ପୌରପାଳ ବସନ୍ତ ବିଶ୍ୱାଳ, ପୂର୍ବତନ ପୌରପାଳ ଗୋବିନ୍ଦ ଚନ୍ଦ୍ର ତରାଇ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, କୁଜଙ୍ଗ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ୧୮ବର୍ଷର ସୁ ଶାସନ ଉପରେ ଟିପଣୀ ପ୍ରଦାନ କରିବା ସହିତ ଆଗାମୀ ୨୦୧୯ ନିର୍ବାଚନରେ ନବୀନ ବାବୁଙ୍କୁ ପଞ୍ଚମ ଥରପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଉପସ୍ଥିତି କର୍ମମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଶେଷରେ ୧୫ନଂ ୱାର୍ଡର କାଉନସିଲର ମାନସ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆମନ୍ତ୍ରୀତ ଅତିଥି ମାନଙ୍କୁ  ସ୍ଥାନୀୟ ଥାନାଛକ ଠାରୁ  ଏକ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ଅଣାଯାଇଥିଲା । ଶେଷରେ ଆଜିର କାର୍ଯ୍ୟକ୍ରମକୁ ପାରାଦୀପ ବିଜୁ ଜନତା ଦଳ ତରଫରୁ କୁମରବର ନାୟକଙ୍କ ନେତୃତ୍ୱରେ ଶୁଶୁଳ ମହାପାତ୍ର, ଅଟଳ ପରିଡା, ଆଲୋକ ମହାପାତ୍ର, ଆଶିଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମାବେଶରେ ପାରାଦୀପ ପୌରପରିଷଦର ୧୯ଗୋଟି ୱାର୍ଡର ବହୁ ଛାମୁଆ କର୍ମୀ ଓ ପୌରପରିଷଦର ସମସ୍ତ ପାରିଷଦ ମାନେ ଉପସ୍ଥିତ ଥିଲେ । ଆଜିର ଏହି ସମାବେଶରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ କର୍ମୀଙ୍କ ସମାବେଶ ହୋଇଥିବାର ଦେଖାଯାଇଛି । 

0
0
0
s2sdefault