ହେଡଲାଇନସ୍:

ଆସାମ ନିର୍ବାଚନ: ଅମିତ ଶାହାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର :  ଆସାମରେ ଆଗକୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଶ୍ରୀ ଶାହା ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ଶ୍ରୀଯୁକ୍ତ ପଣ୍ଡା ଅନ୍ୟ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଆସାମରେ ମିଶନ ୧୦୦+ ଲକ୍ଷ୍ୟକୁ ପୂରଣ କରିବା ନେଇ ବିଜେପି ଜୋରଦାର ପ୍ରସ୍ତୁତି ଓ ମାରାଥନ ବୈଠକ କରୁଥିବା ସୂଚନା ମିଳିଛି। ଏଥିସହ ବୈଜୟନ୍ତ ପଣ୍ଡା ତାଙ୍କର ୫ ଦିନିଆ ଆସାମ ଗସ୍ତ ଶେଷ କରିଛନ୍ତି। ତେବେ ଆଗକୁ ନିର୍ବାଚନ ନେଇ ସେ ଅଧିକାଂଶ ସମୟ ଆସାମ ଗସ୍ତ କରିବେ ବୋଲି କହିଛନ୍ତି। ଆସାମରେ ବିଜେପିର ଅତ୍ୟନ୍ତ ଦୃଢ଼ ସ୍ଥିତି ଅଛି ଓ ନିର୍ବାଚନ ନେଇ ଅତି ସକାରାତ୍ମକ ମାହୋଲ ରହିଥିବା ଶ୍ରୀ ପଣ୍ଡା କହିଛନ୍ତି। 

ଗତ ୨୬ ତାରିଖରେ ଶ୍ରୀ ଶାହା ଗୌହାଟୀରେ ପହଞ୍ଚିବା ପରେ ୩୦ ହଜାରରୁ ଉର୍ଦ୍ଧ୍ୱ ଜନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀଯୁକ୍ତ ପଣ୍ଡା ଅନ୍ୟ ଦଳୀୟ ନେତାଙ୍କ ସହ ଶାହାଙ୍କୁ ସ୍ୱାଗତ ଜଣାଇ ଜନତାଙ୍କୁ ଉତ୍ସାହିତ କରିଥିଲେ। ଗତକାଲି ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କୋର କମିଟି ବୈଠକରେ ଶ୍ରୀଯୁକ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଯୋଗଦେଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେହିପରି ଶ୍ରୀଯୁକ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ସୋନୋୱାଲ, ଆସାମ ବିଜେପି ସଭାପତି ରଣଜିତ କୁମାର ଦାସ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ବୈଠକ କରି ତାଙ୍କ ଗସ୍ତ ଶେଷ କରିଛନ୍ତି।

0
0
0
s2sdefault