ହେଡଲାଇନସ୍:

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । 

ଏଥିରେ  ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ, ରାଜକୁମାରୀ କଲ୍ୟାଣି ଦେବୀ ଗଜପତି,  ବସନ୍ତ କୁମାର ଦାସ, ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ , ଶ୍ରୀ ଲଷ୍ମୀକାନ୍ତ ପରିଛା , ଯୁବ ସଭାପତି ଲିଙ୍ଗରାଜ,  ଛାତ୍ର ସଭାପତି ବିଶ୍ଵଜିତ ତ୍ରିପାଠୀ, ମହିଳା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ତୁଙ୍ଗ ନେତା ଉପସ୍ଥିତ ଥିଲେ । 

ସାଂସଦ ଶ୍ରୀ ସାହୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ବିକାଶ ପୁରୁଷ ନବୀନ ବାବୁଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ ଓ ଆଗାମୀ ଦିନରେ ଗଜପତି ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ନବୀନ ବାବୁଙ୍କ କୋଭିଡ୍ ପରିଚାଳନାର ଦକ୍ଷତା, ବିଶ୍ୱ ଦରବାରରେ ନବୀନ ବାବୁ ପ୍ରଶଂସିତ ହେବା ଉପରେ ଆଲୋକପାତ କରିଥିଲେ । ନଗର ସଭାପତି ଶ୍ରୀ ରାଜଗୁରୁ ସଂଗଠନ କୁ ଗୁରୁତ୍ୱ ଦେବା ସହ ଜିଲ୍ଲାରେ ସମସ୍ତେ ଏକ ମନପ୍ରାଣ ହୋଇ କାର୍ଯ୍ୟ କଲେ ଆଗାମୀ ଦିନରେ ମ୍ୟୁନିସିପାଲଟି , ଅରବାନ ବ୍ୟାଙ୍କ, ଓ ପଞ୍ଚାୟତ ନିର୍ବାଚନ ବିଜେଡ଼ି ହାତେଇବା ନିଶ୍ଚିତ ବୋଲି  କହିଥିଲେ । 

 କାର୍ଯ୍ୟକ୍ରମ ଆରମ୍ଭରେ କଲେଜ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିବା ବେଳେ ବଜାର ଛକ ଠାରେ ଥିବା ପାରଳା ମହାରାଜା ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ନବଜୀବନ ଅରଫାନ ହୋମ ରେ ପିଲା ମାନଙ୍କୁ ଖାତା ଓ କଲମ ବଣ୍ଟନ ଓ ସେମାନଙ୍କ ସହ ମିଶି ଭୋଜନ କରିଥିଲେ ସମସ୍ତ ନେତା ଓ କର୍ମୀ ।

 ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ନଗର ବିଜେଡ଼ି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ । ସମସ୍ତଙ୍କ ପ୍ରଚେଷ୍ଟା ରେ ନିରାଡ଼ମ୍ବର ଭାବେ ସମସ୍ତ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।  ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆର୍ଶୀବାଦ ଓ ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଗୋଷାଣୀ ବ୍ଲକ ଓ କାଶୀନଗର ବ୍ଲକର ଅନେକ  ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାର୍ଟିର ସମର୍ଥକ ମାନେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଶେଷରେ ରାଜସିତାପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ନିକେତନ ଅନାଥାଶ୍ରମରେ ପିଲାମାନଙ୍କୁ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

0
0
0
s2sdefault