ହେଡଲାଇନସ୍:

ବିଜେପୁର ନିର୍ବାଚନ ମଣ୍ଡଲୀରେ ବିଜେଡିର ୨୪ତମ ସ୍ଥାପନା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଠାରେ ଆଜି ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ ଙ୍କର ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ମାଁ ସମଲେଶ୍ବରୀ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫୋଟୋ ରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ମନ୍ତ୍ରୀ ଉପସ୍ଥିତ କର୍ମୀ ମାନଙ୍କୁ ଦଳକୁ ତୃଣମୂଳ ସ୍ଥରରୁ ଆହୁରି ମଜବୁତ କରିବା ପାଇଁ କହିଥିଲେ। ଅନ୍ୟ ମାନଙ୍କର ମଧ୍ୟରେ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ , ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ଓଡିଶା ମୋ ପରିବାର ର ଶ୍ରୀ ଗୌର ହରି ମିଶ୍ର , ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ମହେନ୍ଦ୍ର କୁମାର ମେହେର  , ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ୍ସପାର୍ଟ ମେମ୍ବର ନାରାୟଣ ସାହୁ , ଲାଲ ବିକ୍ରମ କେଶରୀ ସିଂ ଦେଓ , ଦେବାନନ୍ଦ ଗଡ଼ଟିଆ , କିଶୋର ଦଫଦାର , ଟିକାୟତ ମହତ୍ତମ , କୀର୍ତ୍ତନ ଦାସ , କୃଷକ ନେତା କିଶୋର ଚନ୍ଦ୍ର ଦେବତା , ନରିନେତ୍ରୀ ଶକୁନ୍ତଳା ମହାପାତ୍ର , ସଂଜୀବ ପଣ୍ଡା , ପ୍ରଣୟ କୁମାର ସାହୁ ପ୍ରମୁଖ ନେତୃ ମଣ୍ଡଳୀ ସଭାରେ ଉପସ୍ଥିତ କର୍ମୀ ମାନଙ୍କୁ ସଂଵୋଧନ କରିଥିଲେ । ଏହି ଉପଲକ୍ଷେ ବିଜେପୁର ଅଂଚଳର ପ୍ରତିଭାବାନ କଳାକାର ଶ୍ରୀ ଦୁର୍ବାଦଲ ମେହେର ଙ୍କୁ ମାନ୍ୟବର ମନ୍ତ୍ରୀ ତଥା ବିଧାୟିକା ସମ୍ମାନିତ କରିଥିଲେ । ଶ୍ରୀ ସନ୍ତୋଷ ଦେହେରି , ଅମୃତ ବିଶି , ଗୋଦାବରୀ ପ୍ରଧାନ , ସୁଷମା ଭୋଇ ପ୍ରମୁଖ କଳାକାର ମାନେ ସଭା ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ।

0
0
0
s2sdefault