ହେଡଲାଇନସ୍:

ବିଜୁ ଜନତା ଦଳର ଚବିଶିତମ ପ୍ରତିଷ୍ଠା ଦିବସ ପାଳିତ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅଧ୍ୟକ୍ଷତାରେ ଆଜି ନିର୍ବାଚନ ମଣ୍ଡଳୀ ର ସାଲେପାଲି ଗ୍ରାମରେ ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରଥମେ ପାଇକମାଲ ରୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ବିଜୁ ଜନତା ଦଳର ପାଇକମାଲ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ଝିଟିକି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ନେତୃତ୍ୱରେ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଭା ସ୍ଥଳକୁ ପହଞ୍ଚିଥିଲେ । ସଭାରେ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ସଂଵୋଧନ କରି ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ବିଜୁ ଜନତା ଦଳ ସ୍ଥାପନ କରିବାର ଉଦ୍ଦେଶ୍ୟ , ଦଳର ସଭାପତି ମୁଖ୍ୟମନ୍ତ୍ରୀଙ୍କର  ରାଜ୍ୟ ବାସୀଙ୍କର କାମ କରିବା ପାଇଁ ରହିଥିବା ଦୃଢ଼ ଇଛାଶକ୍ତି , ଦୀର୍ଘ ଦୁଇ ଦଶନ୍ଧିରେ ବିକାଶ ଧାରା , ପଦ୍ମପୁର ଅଞ୍ଚଳ ର ବିକାଶ ଓ ଏହାର ଇତିହାସ , ଆଗାମୀ ଦିନରେ ରାଜ୍ୟ ସରକାର ଙ୍କର ଦ୍ୱାରା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଏହାର ଆଖପାଖ ଅଂଚଳ ପାଇଁ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ କହିଥିଲେ । ଏହା ସହିତ ସରକାର ଙ୍କର ପ୍ରତ୍ୟେକ ଯୋଜନାର ଲାଭ ସାଧାରଣ ଲୋକ କେମିତି ସହଜରେ ପାଇ ପାରିବେ ସେଥି ପ୍ରତି ଯତ୍ନବାନ ହେବାକୁ କର୍ମୀ ମାନଙ୍କୁ କହିଥିଲେ । ବିଜୁ ଜନତା ଦଳ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ( ପିକୁ ମିଶ୍ର) ଏହି ସଭାରେ କର୍ମୀ ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବର୍ତମାନ ଠାରୁ ପରିଶ୍ରମ କରିବାକୁ କହିଥିଲେ।  ଏହି ସଭାରେ ଅନ୍ୟ ମାନଙ୍କର ମଧ୍ୟରେ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ , ପୂର୍ବତନ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁଟା , ପାଇକମାଲ ମହିଳା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ କୁମାରୀ ବରିହା , ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ପଦ୍ମପୁର ବିଜୁ ଜନତା ଦଳର ସଭାପତି ପରମାନନ୍ଦ ସାହା , ପଦ୍ମପୁର NACର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେର , ଯୁବ ନେତା ଶ୍ରୀ ପ୍ରସାନ୍ତ ମହାନ୍ତି ପ୍ରମୁଖ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଆଜି ଏହି ସଭାରେ ଅନ୍ୟ ରାଜନୈତିକ ଦଳର କର୍ମୀ ମାନେ ବିଧିବଦ୍ଧ ଭାବରେ ଜିଲ୍ଲା ସଭାପତିଙ୍କର ଉପସ୍ଥିତ ରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।

0
0
0
s2sdefault