ହେଡଲାଇନସ୍:

ପୁନର୍ଗଠିତ ହେଲା ବିଜେଡି ମିଡ଼ିଆ ଟିମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ପ୍ୟାନେଲିଷ୍ଟ |

ଭୁବନେଶ୍ୱର:  ବିଜୁ ଜନତା ଦଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମିଡିଆ ଟିମ  ପୁନର୍ଗଠନ କରାଯାଇଛି । ଦଳର ପୁନର୍ଗଠିତ ମିଡିଆ ଟିମରେ ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ଜଣ ପ୍ୟାନେଲିଷ୍ଟ ଅଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ  ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପିନାକି ମିଶ୍ର, ଡ ଅଚ୍ୟୁତ ସାମନ୍ତ, ଡକ୍ଟର ଅମର ପଟ୍ଟନାୟକ (ଅର୍ଥନୈତିକ ପ୍ରସଙ୍ଗ ଏବଂ ବୈଦେଶିକ  ବ୍ୟାପାର), ଡକ୍ଟର ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ ହୋଇଛନ୍ତି |

ସେହିପରି ନବନିଯୁକ୍ତ  ମୁଖପାତ୍ରମାନେ ହେଉଛନ୍ତି ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ଚନ୍ଦ୍ର ଶେଖର ସାହୁ, ଶ୍ରୀ ରମେଶ ଚନ୍ଦ୍ର ମାଝୀ,  ସ୍ନେହାଙ୍ଗିନି ଛୁରିଆ, ଡକ୍ଟର ବ୍ୟୋମକେଶ ରାୟ, ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଶ୍ରୀ ଅନୁଭବ  ପଟ୍ଟନାୟକ,  ଲୋପାମୁଦ୍ରା ବକ୍ସିପାତ୍ର, ଡକ୍ଟର ଲେନିନ୍ ମହାନ୍ତି, ଶ୍ରୀ ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ଶ୍ରୀ ଚିନ୍ମୟ ସାହୁ,  ଏଲିନା ଦାଶ ଏବଂ ଡକ୍ଟର ହରିଶ ଚୌଧୁରୀ |

ସେହିଭଳି ଶ୍ରୀମତୀ ଚନ୍ଦ୍ରାଣି ମୁର୍ମୁ, ଶ୍ରୀ ପ୍ରିୟବ୍ରତ ମାଝୀ, ଶ୍ରୀ ଚକ୍ରଧର ଦାଶ, ଶ୍ରୀ ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡା, ସୋଫିଆ ଆଲାମ, ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ଅମିତ ମଲ୍ଲିକ, ଶ୍ରୀମତୀ ଛବି ମହାଲି, ମହୀକ୍ଷିତା ମିଶ୍ର ଏବଂ ସ୍ମୁତି ନନ୍ଦ ଦଳର ପ୍ୟାନେଲିଷ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି |

0
0
0
s2sdefault