ହେଡଲାଇନସ୍:

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର କର୍ମୀ ବୈଠକ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଝାରସୁଗୁଡ଼ା ପୌରପାଳିକା ନିର୍ବାଚନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ। ଗୋଟିଏ ପକ୍ଷରେ ନିଜର ନବନିଯୁକ୍ତ ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାନ ଥିବା କଂଗ୍ରେସ ଦଳ ଓ ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତା ଆଣୁଥିବା ବିଜେପିର ପ୍ରଦର୍ଶନରେ ଉତ୍ସାହିତ ଥିବା ଝାରସୁଗୁଡ଼ା ବିଜେପି ଦଳକୁ ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ଏଥର ସାମନା କରୁଥିବା  ନବକିଶୋର ଦାସଙ୍କ ପାଇଁ ସଂଖ୍ୟାଗରିଷ୍ଠତା ଲାଭ କରିବା ପାଇଁ ବେଶ କସରତ କରିବାକୁ ପଡ଼ିପାରେ। ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ମଣ୍ଡଳୀରେ କିନ୍ତୁ ନିଜର ପତିଆରା ସବୁବେଳେ ଜାହିର କରି ଆସିଛନ୍ତି। ମାତ୍ର ଏଥର କଥା ଟିକିଏ ଭିନ୍ନ। ଗତ ପୌର ନିର୍ବାଚନରେ ଥାଇ ମଧ୍ୟ ଓଡ଼ିଶାର କେତେକ ଅତି ଗୁରୁତ୍ୱପୂର୍ଣ୍ଣ ପୌରପରିଷଦ ବିଜେଡି ହାତରୁ ଖସିଯିବାର ସମ୍ଭାବନାକୁ ଅସ୍ବୀକାର କରି ହେବ ନାହିଁ। ପ୍ରତ୍ୟେକ ନିର୍ବାଚନକୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରୁଥିବା ବିଜେଡି ଏଥର କେଉଁ ରଣନୀତି ଆପଣେଇ ବିରୋଧୀଙ୍କୁ ବାଜିମାତ୍ କରିବ, ତାହା ଦେଖିବା ବାକି ରହିଲା। 

ତେବେ, ପୌର ନିର୍ବାଚନ ନେଇ ସମସ୍ତ ଦଳ ନିଜ ନିଜର କାର୍ଯ୍ୟକୁ ଗତି ଦେବା ଆରମ୍ଭ କରି ସାରିଛନ୍ତି। ବିଜେଡି ତରଫରୁ ପ୍ରତ୍ୟେକ ବୁଥରେ କର୍ମୀ ସମ୍ମିଳନୀ କରି ଲୋକଙ୍କୁ ଦଳ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର ଆରମ୍ଭ କରି ଦିଆଯାଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ା କାଳୀମନ୍ଦିର ନିକଟରେବିଜୁ ଜନତା ଦଳର ନଗର କାର୍ଯ୍ୟାଳୟରେ କର୍ମୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ କର୍ମୀମାନଙ୍କୁ ଆଗାମୀ ପୌର ନିର୍ବାଚନରେ କିପରି ବିରୋଧୀଙ୍କୁ ନିର୍ବାଚନ ଜିଣିବା ପାଇଁ କୌଣସି ଅବସର ଦିଆ ନ ଯିବ,ସେ ଉପରେ ଗୁରୁତ୍ବାରୋପ କରିଥିଲେ। 

ସୂଚନାଯୋଗ୍ୟ ଯେ ଏହି ବୈଠକରେ ଝାରସୁଗୁଡ଼ା ପୌରାଞ୍ଚଳର ବଛା ବଛା କର୍ମୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ସେମାନେ ଝାରସୁଗୁଡ଼ା ପୌରପାଳିକାକୁ ପୁଣି ଥରେ ନିଜ ଅକ୍ତିଆରକୁ ଆଣିବା ପାଇଁ ଗୁରୁତ୍ବ ଆରୋପ କରିଥିଲେ।

0
0
0
s2sdefault