ହେଡଲାଇନସ୍:

ନିଜ ଦୋଷ ଘୋଡାଇବାକୁ ବିଜେଡ଼ିର ଶସ୍ତା ରାଜନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମକରଣକୁ ଜେଏମଏମର ବିରୋଧ 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ମହାରାଜାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ ଆଣିଛି ଜେଏମଏମର ଯୁବ ମୋର୍ଚ୍ଚା । ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ନବ ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଅବଦାନ ଅତୁଳନୀୟ । ମୟୂରଭଞ୍ଜ ମହାରାଜାଙ୍କ ଚିନ୍ତା, ଚେତନା, ବିଚାର ସହିତ ଓଡ଼ିଆ ଭାଷା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ , କଳା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅବଦାନ ସମଗ୍ର ଓଡ଼ିଶା ପାଇଁ ରହିଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀଙ୍କୁ ରାଜ୍ୟରେ ବ୍ୟାପକ ଭାବେ ପାଳନ କରା ଗଲା ନାହିଁ । ଏହା ସରକାରଙ୍କର ମହାରାଜାଙ୍କ ପ୍ରତି ଘୋର ଅବହେଳା ଓ ଅସମ୍ମାନ । ଏହାକୁ ଲୁଚାଇବାକୁ ଯାଇ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଇ ନିଜର ପାଗଳାମୀର ପରିଚୟ ପ୍ରଦାନ କରିଛନ୍ତି । ଯଦି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଗଲା, ତେବେ ତାହା ମୁଣ୍ଡାରୀ ଲିପିର ସ୍ରଷ୍ଟା ପଣ୍ଡିତ୍ ରୋହୀଦାସ ସିଂ ନାଗ ଅଥବା ୱାରାଙ୍ଗ(ହୋ) ଲିପିର ସ୍ରଷ୍ଟା ପଣ୍ଡିତ ଲାକୋ ବୋଦ୍ରା, ଭଞ୍ଜବୀର ସୁନାରାମ ସୋରେନଙ୍କ ନାମରେ ନାମିତ କରାଇଥିଲେ ବହୁତ ଭଲ ହୋଇଥାନ୍ତା । ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଦେଶ ଓ ଜାତି ନିମନ୍ତେ ବହୁ ଉଦ୍ଧ୍ୱର୍ରେ ରହିଥିବାରୁ ତାଙ୍କ ପ୍ରତି ଗଭୀର ଭକ୍ତି ଓ ଶ୍ରଦ୍ଧା ରହିଛି । ତେଣୁ ତାଙ୍କ ନାମରେ ଟ୍ରାଇବାଲ ଏକାଡେ଼ମୀ, ମ୍ୟୁଜିୟମ, ଝୁମର ଏକାଡେ଼ମୀ, ଛଉ ଗବେଷଣା କେନ୍ଦ୍ର ନାମିତ କରାଇ ପାରିଥିଲେ ସରକାରଙ୍କ ପାରିବା ପଣିଆର ପରିଚୟ ମିଳିପାରି ଥାନ୍ତା । ମାତ୍ର  ରାଜନୈତିକ ଫାଇଦା  ହାସଲ ପାଇଁ ସରକାର ଓ ବିଜୁ ଜନତା ଦଳ ସମ୍ମାନସ୍ପଦ ମହାରାଜା ଶ୍ରୀରାମଚନ୍ଦ୍ର ପ୍ରତି ଘୋର ଅସମ୍ମାନ ପ୍ରଦର୍ଶନ କରିଛନ୍ତି । ଏହାର ପ୍ରତିବାଦରେ ଜେଏମଏମ ଯୁବ ମୋର୍ଚ୍ଚା ରାଜ ରାସ୍ତାକୁ ଉହ୍ଲାଇ ଆସିବ ବୋଲି ଅର୍ଜୁନ ମୁର୍ମୁ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

0
0
0
s2sdefault