ହେଡଲାଇନସ୍:

 ବିଜେପି ହାତରୁ ଜିଲ୍ଲା ପରିଷଦ ଆସନ ଛଡାଇ ନେଲା ବିଜେଡି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କମୁଛି କନକଙ୍କ ଧାକ, ବଢିଛି ସରୋଜଙ୍କ ପତିଆରା  

ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା | ବିଜେପି ହାତରେ ଥିବା ଜିଲ୍ଲା ପରିଷଦ ଆସନଟିକୁ ଛଡାଇ ନେଇଛି ବିଜେଡି | ଚାରି ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବିଶ୍ଵାମିତ୍ର |

 ବିଜେପି ଗଡ଼ ଭାବେ କୁହାଯାଉଥିବା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ ମହାରାଜା କନକ ବର୍ଦ୍ଧନ ସିଂଦେଓଙ୍କ ଧାକ କମିବାରେ ଲାଗିଛି | ଗତ ବିଧାନସଭା ନିର୍ବାଚନରେ ବିଜେପିର ଗଡ଼ ଭୁଶୁଡି ଗାଦି ହାତେଇଥିବା ବିଧାୟକ ସରୋଜ ମେହେରଙ୍କ ବଢିଛି ପତିଆରା ଓ ଲୋକଙ୍କ ଭିତରେ ଗ୍ରହଣୀୟତା | ବିଧାନସଭା ପରି ଏଥର ବି ପଶ୍ଚିମ ଓଡ଼ିଶାର ଟାଣୁଆ ତଥା ଧୁରନ୍ଧର ରାଜନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସଫଳ ଓ ଅପରାଜେୟ ରଣନୀତି ଓ ଜିଲ୍ଲା ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଚାର | ଆଉ ଏହାର ପ୍ରମାଣ ମିଳିଛି  ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଶାଳ ବିଜୟରୁ | 

ଫଳାଫଳ ଅନୁଯାୟୀ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ବେଲପଡା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୨୬ ର ଉପ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ଆଜି ହୋଇଥିବା ଭୋଟ ଗଣନାରେ  ବିଜେଡି ପ୍ରାର୍ଥୀ ବିଶ୍ବାମିତ୍ର ବିଶି ମୋଟ ୧୦,୧୯୩  ଖଣ୍ଡ ଭୋଟ ପାଇ ନିକଟତମ ବିଜେପିର ପ୍ରତିଦ୍ବନ୍ଦି  ପ୍ରାର୍ଥୀ କୁନୁ ମୁଣ୍ଡାଙ୍କୁ ୪୨୯୪  ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ପରାଜିତ କୁନୁ ମୁଣ୍ଡା ୫୮୯୯  ଖଣ୍ଡ ଭୋଟ ପାଇଥିବା ବେଳେ କୋଶଳ ସମର୍ଥିତ ପ୍ରାର୍ଥୀ ୧୫୨୪  ଖଣ୍ଡ ଭୋଟ  ଓ କଂଗ୍ରେସ ପ୍ରାର୍ଥୀ ୫୦୩  ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ଆସନ୍ତି ବିଜେପି ହାତରେ ଥିଲା | ବିଜେପିର ନାଜର ବଗେର ଏଠାରୁ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ।

 

 

0
0
0
s2sdefault