ହେଡଲାଇନସ୍:

“ଛାତ୍ରଛାତ୍ରୀମାନେ ନୂତନ ଯୁଗର ସାରଥୀ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ରେ ବାର୍ତ୍ତା ଦେଇ ଛାତ୍ରଛାତ୍ରୀମାନଙ୍କୁ “ନୂତନ ଯୁଗର ସାରଥୀ” ବୋଲି ସମ୍ବର୍ଦ୍ଧନା କରିବା ସହ ରାଜ୍ୟର ବିକାଶ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ୩ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । "ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ପ୍ରତିଭାର ବିକାଶ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ନିଜ ପରିବାର ଓ ବାପା ମାଆଙ୍କ ପ୍ରତି ଥିବା ଦାୟିତ୍ୱକୁ ଭୁଲନ୍ତୁ ନାହିଁ । ଯେଉଁଠି ଆମେ ପଢ଼ିଛେ, ବଢ଼ିଛେ ଓ ଗଢ଼ିଛେ ତା’ର ବିକାଶ ପାଇଁ କାମ କରନ୍ତୁ ।"

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଥିଲେ । ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ବିବିଧ ଯୋଜନାର ସଫଳତା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ରେ ସଂଶୋଧନ ଅଣାଯାଇ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏକକ ପରୀକ୍ଷା ନୀତି ଅବଲମ୍ବନ କରାଯାଉ, ସମସ୍ତ ପରୀକ୍ଷା ଫଳ ୩୦ରୁ ୪୫ ଦିନ ମଧ୍ୟରେ ପ୍ରକାଶ କରାଯାଉ ।

ବିଜୁ ଛାତ୍ର ଜନତା ଦଳର ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟ ଡାଟାବେସ୍ କରାଯାଇ ସେମାନଙ୍କ ସହ ସୋସିଆଲ୍ ମିଡ଼ିଆରେ ସମ୍ପର୍କ ସ୍ଥାପନ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରାଯାଉ । ବିଜୁ ଜନତା ଦଳରେ ଯୋଗ ଦେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଦଳରେ ସଭାପତିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଚରିତ୍ର ଗଠନ, ସେବା ମନୋଭାବ ସହ ଓଡ଼ିଶାର ସାଢେ଼ ୪ କୋଟି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ରାଜନୈତିକ ପ୍ରସ୍ତାବ ହିସାବରେ ଆଗତ କରାଯାଇଛି ।

ଏହାସହ  ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଥିଲା । ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ କମିଟି ଗଠନ କରିବା ସହିତ ୫୦% ମହିଳାଙ୍କୁ ସ୍ଥାନ ଦିଆଯିବା, ପ୍ରତ୍ୟେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଜନସେଚତନତା କାର୍ଯ୍ୟକ୍ରମ କରାଇବା ଏବଂ ମହାନ ଜନନାୟକମାନଙ୍କର ଜନ୍ମ ଦିବସକୁ କଲେଜ କ୍ୟାମ୍ପସ ଓ ଦଳୀୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳନ କରାଯିବାକୁ ସାଙ୍ଗଠନିକ ପ୍ରସ୍ତାବ ଆଗତ ହୋଇଥିଲା । ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ପ୍ରସ୍ତାବ ରୂପେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ କରାଯାଇଛି ।

ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବ ଜନତା ଦଳର ସଭାପତି ଡ.ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରମୁଖ ନେତୃଗଣ ଯୋଗଦେଇ ଛାତ୍ର ନେତାମାନଙ୍କୁ ସମ୍ବୋଧିତ କରିଥିଲେ ।

ଅନ୍ୟ ନେତୃମଣ୍ଡଳୀମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସମ୍ପାଦକ (ଛାତ୍ର ବ୍ୟାପାର) ଶ୍ରୀମତୀ ମନ୍ଦାକିନୀ କର, ଶ୍ରୀ ତନ୍ମୟ ସ୍ୱାଇଁ, ଯୁଗ୍ମ ସମ୍ପାଦକ (ଛାତ୍ର ବ୍ୟାପାର) ଶ୍ରୀ ପ୍ରକାଶ ଡାଙ୍ଗ, ଶ୍ରୀ ହରିଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶ ରାଜ ସ୍ୱାଇଁ, ଶ୍ରୀ ଅବିନାଶ ଠାକୁର, ଶ୍ରୀ ପ୍ରଶାନ୍ତ ପଣ୍ଡା, ରାଜ୍ୟ ମହାସଚିବ ଇପ୍ସିତା ସାହୁ ଏବଂ ସମସ୍ତ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ସମେତ ୩୪ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଜୋନ୍ ସଭାପତିବୃନ୍ଦ ବୈଠକରେ ଯୋଗ ଦେଇଥିଲେ ।

0
0
0
s2sdefault