ହେଡଲାଇନସ୍:

ଦଳୀୟ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସରକାରରେ ଓ ଦଳରେ ଦିଆଯିବ ପ୍ରାଥମିକତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଘୋଷଣା 

  • ସରକାରଙ୍କ କାର୍ଯ୍ୟଧାରା ଉପରେ ରାଜ୍ୟ ପରିଷଦ ସଦସ୍ୟ ସଦସ୍ୟା ଦିଅନ୍ତୁ ଗୋଟିଏ ଗୋଟିଏ ପ୍ରସ୍ତାବ 

  • ଉପଯୋଗୀ ପରାମର୍ଶକୁ କାର୍ଯ୍ୟକାରୀ କରିବେ ଦଳ ଓ ସରକାର 

  • ମୟୁର ଭଞ୍ଜ ଜିଲ୍ଲା ବିଜେଡି କମିଟିର ପ୍ରସ୍ତାବ ହେବ କାର୍ଯ୍ୟକାରୀ

  • ଉତ୍ତରଓଡିଶା ବିଶ୍ୱ ଵିଦ୍ୟାଲୟ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଭାବରେ ନାମିତ ହେବ 

ଭୁବନେଶ୍ୱର : ସରକାରରେ ଦଳର କର୍ମୀମାନଙ୍କ ଓ ସାଧାରଣ ଲୋକଙ୍କ ସ୍ୱର ସାମିଲ ହେବ | ସେମାନଙ୍କ ଗଠନମୂଳକ ମତକୁ ଗୁରୁତ୍ୱ ଦିଆଯିବ | ଦଳର ଜିଲ୍ଲା ସ୍ତରର କର୍ମକର୍ତ୍ତା ତଥା ତଥା ରାଜ୍ୟ ପରିଷଦ ସଦସ୍ୟମାନେ ସରକାରଙ୍କୁ ଓ ଦଳକୁ ଗଠନମୂଳକ  ପ୍ରସ୍ତାବ ଦେଇପାରିବେ |  ସେମାନଙ୍କ ଉପଯୋଗୀ ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି | 

ଆଜି ରାଜ୍ୟ ପରିଷଦ ବୈଠକରେ ଉଦ୍ବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ  "ରାଜ୍ୟ ସରକାରଙ୍କ କାର୍ଯ୍ୟଧାରା ଉପରେ ରାଜ୍ୟ ପରିଷଦ ସଦସ୍ୟ ସଦସ୍ୟା ମାନଙ୍କ ଠାରୁ ମୁ ଗୋଟିଏ ଗୋଟିଏ ପ୍ରସ୍ତାବ ଆହ୍ବାନ କରୁଛି | ମୁ ନିଜେ ସବୁ ପ୍ରସ୍ତାବଗୁଡିକର ଅନୁଧ୍ୟାନ କରିବି | ଗଠନମୂଳକ ପ୍ରସ୍ତାବ ଗୁଡିକ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ |" 

ମୟୁରଭଞ୍ଜ ଜିଲ୍ଲା ନିଜେଡି କମିଟିର ପ୍ରସ୍ତାବକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ମୁ ବଡ ଖୁସି ଯେ ମୟୁରଭଞ୍ଜ ଜିଲ୍ଲା କମିଟି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଭାବରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଆମର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବ | ମୁଁ ଚାହେଁ ଜିଲ୍ଲା କମିଟି ମାନେ ଆଗଭର ହୋଇ ପ୍ରସ୍ତାବ ଦିଅନ୍ତୁ | ଆମ ସରକାର ଓ ଦଳ ସେ ପ୍ରସ୍ତାବଗୁଡିକୁ ଗୁରୁତ୍ୱର ସହ ବିଚାର କରିବ |

"ମନ୍ତ୍ରୀମାନେ  ନିଜ ଗସ୍ତ ସମୟରେ ଜିଲ୍ଲାର ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଗଠନମୂଳକ ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ " ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି  | 

0
0
0
s2sdefault