ହେଡଲାଇନସ୍:

ସବସିଡ଼ି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବାର ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର କ୍ୟାବିନେଟର ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟିର ସବସିଡି ମଞ୍ଜୁରକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

 ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ହେବେ ଉପକୃତ

 ଦେଶରେ ଚିନିର ଉତ୍ପାଦନ ବଢ଼ିବା ସହ ଅତିରିକ୍ତ ଇଥାନଲ ତିଆରି ହେବ

 ରୋଜଗାର ସୃଷ୍ଟି ହେବ ଏବଂ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ପାଇବ

ନୂଆଦିଲ୍ଲୀ/ଭୁବନେଶ୍ୱର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟି ଟଙ୍କାର ସବସିଡି ମଂଜୁର ହେବା ଏବଂ ଏହି ସବସିଡ଼ି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଯିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚାଷୀଙ୍କ ହିତରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ନିଷ୍ପତି ଦ୍ୱାରା ଚିନି ରପ୍ତାନୀ ଉପରେ ଦିଆଯାଉଥିବା ସବସିଡ଼ି ଏବେ ସିଧାସିଧା ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଆସିବ । ଆଖୁ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ୩ ହଜାର ୫୦୦ କୋଟି ପ୍ରଦାନ କରାଯିବା ଦ୍ୱାରା ଚାଷୀମାନଙ୍କ ଅନେକ ସମସ୍ୟାର ଅନ୍ତ ଘଟିବ ଏବଂ ସେମାନେ ଉପକୃତ ହୋଇପାରିବେ । ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲ ଗୁଡିକରେ କାମ କରୁଥିବା କର୍ମଚାରୀମାନେ ଏହି ନିଷ୍ପତି ଫଳରେ ଉପକୃତ ହେବେ । ଚିନି ଆମଦାନୀରେ ସବସିଡ଼ି ମିଳିବା ଦ୍ୱାରା ଚିନି ଉତ୍ପାଦନ ବଢ଼ିବ, ଅତିରିକ୍ତ ଇଥାନଲ ତିଆରି କରାଯାଇପାରିବ । ଫଳରେ ରୋଜଗାର ସୃଷ୍ଟି ହେବ ଏବଂ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ପାଇବ ।

ସେହିପରି କେନ୍ଦ୍ର କ୍ୟାବିନେଟରେ ଡ଼ିଜିଟାଲ ଇଣ୍ଡିଆକୁ ତ୍ୱରାନ୍ୱିତ କରିବା ଦିଗରେ ସେକ୍ଟ୍ରମ ଵ୍ୟାଣ୍ଡର ନିଲାମୀକୁ ମଞ୍ଜୁରି ଦିଆଯାଇଛି । ଏହାବ୍ୟତିତ ଭାରତର ଉତର ପୂର୍ବାଚଂଳର ପ୍ରଗତି ଓ ସମୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଉତର ପୂର୍ବାଚଂଳର ୬ଟି ରାଜ୍ୟ ପାଇଁ ଶକ୍ତି ବ୍ୟବସ୍ଥାର ଉନ୍ନତି ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ ଅନୁମୋଦନ କରିଛି । ଆନ୍ତରାଜ୍ୟ ସରବରାହ ଏବଂ ବିତରଣ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ଏହି ନିଷ୍ପତି ଉତର ପୂର୍ବାଚଂଳରେ ଏକ ନିର୍ଭରଯୋଗ୍ୟ ବିଦ୍ୟୁତ ଗ୍ରୀଡ଼୍ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶରେ ନୂଆ ସୁଯୋଗ ପାଇଁ ଦ୍ୱାର ଫିଟିବ ବୋଲି ସେ କହିଛନ୍ତି ।

0
0
0
s2sdefault