ହେଡଲାଇନସ୍:

ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ: ପ୍ରଭାରୀ ଦାୟିତ୍ବ ପରେ ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ଦଳୀୟ ନେତୃବୃନ୍ଦଙ୍କ ସହ ମାରାଥନ ବୈଠକ

ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ପ୍ରଭାରୀ ହେବା ପରେ ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସାମ ସହ-ପ୍ରଭାରୀ ପବନ ଶର୍ମା ମଧ୍ୟ ଶ୍ରୀ ପଣ୍ଡାଙ୍କ ସହ ଗସ୍ତ କରିଛନ୍ତି। 

ଆଜି ଶ୍ରୀ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଆସାମ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ହେଂଗ୍ରାବାଡ଼ିସ୍ଥିତ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିଥିଲେ। ପରେ ଶ୍ରୀ ପଣ୍ଡା ଆସାମ ବିଜେପି ସଭାପତି ରଞ୍ଜିତ କୁମାର ଦାସଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଅପରାହ୍ନରେ ସେ ଆସାମ ବିଜେପିର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚା ଗୁଡ଼ିକର ସଭାପତି, ଆବାହକ, ସାଧାରଣ ସମ୍ପାଦକ, ପ୍ରବକ୍ତା, ମିଡ଼ିଆ ଓ ଆଇଟି ସେଲ ଆବାହକମାନଙ୍କ ସହ ବୈଠକ କରିଛନ୍ତି। ଏହାପରେ ସେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲଙ୍କ ସହ ବୈଠକ କରିଛନ୍ତି। 

ସେହିପରି ଆସନ୍ତାକାଲି ଶ୍ରୀ ପଣ୍ଡା ଆସାମ ଅର୍ଥ ମନ୍ତ୍ରୀ ତଥା ନେଡା ଆବାହକ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ବୈଠକ କରିବେ ଏବଂ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି।

0
0
0
s2sdefault