ହେଡଲାଇନସ୍:

ବିଜୁ ଜନତା ଦଳ ପକ୍ଷରୁ  ବୁଥ କମିଟି ବୈଠକ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପରିଷଦର ବାବୁପଡ଼ା ଓ ଝାଡ଼େଶ୍ବର ମନ୍ଦିର ରୋଡର ୧୬ ନମ୍ବର ୱାର୍ଡଠାରେ ବିଜୁ ଜନତା ଦଳ ତରଫରୁ ବୁଥ କମିଟି ବୈଠକମାନ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକମାନଙ୍କରେ ଆଗାମୀ ସମୟରେ ବିଜୁ ଜନତା ଦଳକୁ କିପରି ଆହୁରି ଶକ୍ତିଶାଳୀ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। 

ବାବୁପଡ଼ାଠାରେ ହୋଇଥିବା ବୁଥ କମିଟି ବୈଠକରେ ନରେଶ ଶତପଥୀ କରିଥିବା ବେଳେ ନୀଳାମ୍ବର ମହାପାତ୍ର, ସଂଯୁକ୍ତା ଭଏଁସା,ଧୀରେନ ସିଂ ଦେଓ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତାପସ କୁମାର ରାୟ ଚୌଧୁରୀ ଉପସ୍ଥିତ ଥିଲେ। 

ସେହିପରି ୱାର୍ଡ଼ ନମ୍ବର ୧୬ରେ ଅନୁଷ୍ଠିତ ହୋଇଥିବା ବୁଥ କମିଟି ବୈଠକରେ ଗିରିଶ ପଣ୍ଡା ସଭାପତିତ୍ବ କରିଥିବାବେଳେ  ତାପସ ରାୟ ଚୌଧୁରୀ, ମନ ମହାପାତ୍ର, ସଞ୍ଜୟ କର, ଶ୍ରୀମତୀ ରଜନୀ ପାଣ୍ଡେ, ଶ୍ରୀମତୀ ସରିତା ଅଗ୍ରୱାଲ, ସନ୍ଦିପ ଅବସ୍ଥି, ମଧୁ ମିତ୍ର, ତୁଷାର ସେନ, ଶ୍ରୀମତୀ ରୂପା ଦାସ, ଶ୍ରୀମତୀ ପଦ୍ମ ନାୟକ, ଫୁଫୁ ମହାନ୍ତି, ଦୀପକ ସାହୁ, ଚିତ୍ତ ମେହେର, ଜଗତରାମ କେଶରୀ, ମନୋଜ ଦାସ, ରବି ମିଶ୍ର, ଅମର ମନୁଜା ଏବଂ ବିଜେଡିର ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ, ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ସକ୍ରିୟ ହୋଇପଡ଼ିଛନ୍ତି। ଏଣୁ ପୌର ନିର୍ବାଚନରେ କେଉଁ ଦଳ ବାଜିମାତ୍ କରିବ ଏହା ନେଇ ଲୋକଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଯାଇଛି।

0
0
0
s2sdefault