ହେଡଲାଇନସ୍:

ଉଦଘାଟନ ଅପେକ୍ଷାରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଅଫିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା :- ଆସନ୍ତା ଡ଼ିସେମ୍ବର ଷୋହଳ ତାରିଖ ସକାଳ ଏଗାର ଘଣ୍ଟାରେ ନୂଆପଡା ଜିଲ୍ଲା ମୁଖ୍ୟାଳୟରେ ନୂଆପଡା ଥାନା ସମ୍ମୁଖରେ ବିଜୁ ଯୁବ ଜନତା ଦଳର ନବ ନିର୍ମିତ ଅଫିସର ଶୁଭ ଉଦଘାଟନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅଫିସ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସରକାର ଙ୍କ ପ୍ରତିଟି ଯୋଜନା କୁ ଉଚିତ୍ ହିତାଧିକାରୀ ଙ୍କ ପାଖକୁ ପହଞ୍ଚାଇବା, ଜନତା ଙ୍କ ଅଭିଯୋଗ ଶୁଣି ତାର ସମାଧାନ କରିବା, ଓ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଂଗଠନ ସୁଦୃଢ କରିବା ଏହି କାର୍ଯ୍ୟାଳୟ ର ମୂଳ ଲକ୍ଷ୍ୟ ରହିବ।               

ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ୟାପଟେନ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର  ମାନ୍ୟବର ଶିଳ୍ପ,ଏମ ଏସ ଏମ ଇ ଓ ଗୃହ ମନ୍ତ୍ରୀ ଓଡ଼ିଶା ସରକାର , ମୁଖ୍ୟବକ୍ତା ଭାବରେ ସାଂସଦ ସୁଜିତ କୁମାର ତଥା ନୂଆପଡା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରିବାର କାର୍ଯକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଯୁବ ନେତା ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ( ଟିଟୁ ଭାଇ) ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ଯୁବ ଓ ଛାତ୍ର ମାନଙ୍କର ଭିତରେ ନୂତନ ଜୋଶ ଦେଖିବାକୁ ମିଳିଛି । ଜଣେ ସମାଜ ସେବୀ ଓ ସୁସଂଗଠକ ଭାବରେ ଟିଟୁ ଭାଇ ଅଂଚଳରେ ବେଶ ପରିଚିତ । ଆଗାମୀ ଦିନରେ ତାଙ୍କର ନେତୃତ୍ୱ ଜିଲ୍ଲାର ଯୁବ ଓ ଛାତ୍ର ମାନଙ୍କୁ ବିଜେଡି ପ୍ରତି ଆହୁରି ଆକୃଷ୍ଟ କରିବ ବୋଲି ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।

0
0
0
s2sdefault