ହେଡଲାଇନସ୍:

ବିଜେଡିର ସଂପୂର୍ଣ୍ଣ ନୀରବତା  ଚାଷୀକୂଳ ପ୍ରତି ଚରମ ଧୋକା: ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୃଷକ ସଂଗଠନଗୁଡିକ ପକ୍ଷରୁ ଆସନ୍ତାକାଲି ଡିସେମ୍ବର ୮  ଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା ଦଳ ଚୁପ୍ କାହିଁକି - ନିରଞ୍ଜନ

ଭୁବନେଶ୍ୱର– କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଅଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନକୁ ବହୁ ଆଂଚଳିକ ଦଳ ପୂର୍ଣ୍ଣ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିବା ବେଳେ ବିଜୁ ଜନତା ଦଳ ସଂପୂର୍ଣ୍ଣ ନୀରବ ରହିବା ଚାଷୀକୂଳ ପ୍ରତି ଚରମ ଧୋକା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । କୃଷି ରାଜ୍ୟର ବିଷୟ ହୋଇଥିଲେ ମଧ୍ୟ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳର ନୀରବତା ପ୍ରମାଣିତ କରୁଛି ଯେ ବିଜେଡି ଚାଷୀ ବିରୋଧୀ ଓ ବିଜେପି ସହ ସଂପୂର୍ଣ୍ଣ ସାମିଲ ଅଟେ । ଏହି କଳା ଆଇନ୍ ବିଜେପି-ବିଜେଡିର ଅସଲ ଚେହେରା, ଚିତ୍ର, ଚରିତ୍ର ଓ ଚାଲ୍‌କୁ ପର୍ଦାଫାଶ କରିଛି । ରାଜ୍ୟ ଓ ଦେଶର କୃଷକମାନଙ୍କର ଏପରି ପ୍ରତିବାଦ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ ଓଡିଶାର କୋଣ ଅନୁକୋଣରେ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ହଜାର ହଜାର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବାକୁ ଯାଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ନଦେବାକୁ ଦଳ ତରଫରୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । କୌଣସି ପ୍ରକାର ଗଣ୍ଡଗୋଳ, ହିଂସା ଆଚରଣ ନଘଟାଇ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସମସ୍ତ ନେତୃମଣ୍ଡଳୀ, ବିଶେଷକରି ଉପଭୋକ୍ତା ବନ୍ଧୁ ଓ ଓଡିଶାବାସୀ ଭାଇଭଉଣୀମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ ।

0
0
0
s2sdefault