ହେଡଲାଇନସ୍:

ପୂର୍ବତନ ଜିଲ୍ଲାପାଳ ଓ ସହକାରୀ ଯୋଗାଣଅଧିକାରୀ ଙ୍କୁ ଗିରଫ ଜୋର ଧରିଲା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) :  ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲାଙ୍କୁ ତୁରନ୍ତ ଗିରଫ କରିବାକୁ ଗର୍ଜିଲା ଜିଲ୍ଲା କଂଗ୍ରେସ  । କଂଗ୍ରେସ ନେତା ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରିଥିଲେ । କଂଗ୍ରେସ ଅଭିଯୋଗ କରିଛି ମନିଷ ଅଗ୍ରୱାଲ ମାଲକାନଗିରିରେ ଜିଲ୍ଲାପାଳ ଥିବା ବେଳେ ଜିଲ୍ଳା ସହକାରୀ ଯୋଗାଣ  ଅଧିକାରୀ ମନୋଜ ପ୍ରଧାନଙ୍କ ସହ ମିଶି ଧାନମଣ୍ଡି ଦୁର୍ନୀତିରେ ଲିପ୍ତ ଥିଲେ ।ଯୋଗାଣ ଅଧିକାରୀଙ୍କ ନାମରେ ପୂର୍ବରୁ ଜୟପୁର, ବ୍ରହ୍ମପୁର ଓ କଳାହାଣ୍ଡିରେ ୩ଟି ଭିଜିଲାନ୍ସ ମାମଲା ରହିଛି । ଏହା ସ୍ୱତେ ସେ ୧୦ବର୍ଷ ରୁ ଉର୍ଦ୍ଧ କିପରି ଗୋଟିଏ ଜିଲ୍ଲାରେ ରହିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମଣ୍ଡି ଦୁର୍ନୀତି ସହ ସ୍ୱଚ୍ଛ ଭାରତ ମିଶନ ଓ ଶ୍ରମିକଙ୍କୁ ଉପକରଣ ବଣ୍ଟନ ରେ ବ୍ୟାପକ ଦୁର୍ନୀତି ହୋଇଛି । ଉଭୟ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲ୍ଲା ପକ୍ଷରୁ କଂଗ୍ରେସ ଦାବି କରାଯାଇଛି । ଭିଜିଲାନ୍ସ ଡିଏସପିଙ୍କୁ ଦଳ ପକ୍ଷରୁ ଦାବିପତ୍ର ସହ ଅଡିଓ ଟେପ୍ ପ୍ରଦାନ କରାଯାଇଛି ।

0
0
0
s2sdefault