ହେଡଲାଇନସ୍:

ନୟାଗଡରେ କୋହ ଏବେ ବହୁଛି ଉଜାଣି, ଚାରିମାସ ହେଲା ଏ ନେତା କୋଉଠି ଥିଲେ କେଜାଣି ! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୟାଗଡ଼ :ପରୀ ଏବେ ଦୋହଲାଇ ଦେଇଛି ରାଜ୍ୟ ରାଜନୀତି | ସବୁ ଟାର୍ଗେଟ ଏବେ ଗୋଟିଏ ଦିଗରେ |  ପରୀକୁ ନ୍ୟାୟ ମିଳିବ ଉଚିତ | ଦୋଷୀ ଦଣ୍ଡ ପାଇବା ଉଚିତ | ତାକୁ ନେଇ ସବୁ ମହଲରେ ଗୋଟିଏ ଦାବି ପ୍ରକୃତ ଦୋଷୀ ଦଣ୍ଡ ପାଉ | ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଜି ମୁଖ୍ୟମନ୍ତ୍ରୀ ତଦନ୍ତଙ୍କୁ ଅଧିକ ନିରପେକ୍ଷ କରିବା ପାଇଁ ଜଣେ ସିଟିଙ୍ଗ ହାଇକୋର୍ଟ ଜଜଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି | ଏସଆଇଟିର ମୁଖ୍ୟ ଭାବେ ଯାହାକୁ ଦାୟିତ୍ୱ ଦେଇଛନ୍ତି ସେ ହେଉଛନ୍ତି ଚାଞ୍ଚଲ୍ୟକର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ (ବହୁ ଚର୍ଚିତ ପୁଞ୍ଜିଲାଲ ମାମଲା ) ଘଟଣାର ତଦନ୍ତ ସଫଳତା ତଥା ଦକ୍ଷତାର ସହ କରିଥିବା ବରିଷ୍ଠ ତଥା ଦକ୍ଷ ଆଇପିଏସ ଅଫିସର ଅରୁଣ ବୋଥ୍ରା | ଲୋକଙ୍କ ଦାବି ଓ ଆଶା , ମାନ୍ୟବର ହାଇକୋର୍ଟ ସିଟିଙ୍ଗ ଜଜଙ୍କ ତତ୍ତ୍ୱାବଧାନରେ ଯେତେବେଳେ ତଦନ୍ତ ହେବ,  ଏସଆଇଟି ଜଡ ପର୍ଯ୍ୟନ୍ତ ନିଶ୍ଚୟ  ପହଂଚିବ ଓ ପରୀ ନ୍ୟାୟ ପାଇବ | 

ହେଲେ ପରୀ ଘଟଣାକୁ ନେଇ କିନ୍ତୁ ରାଜନୀତି ଜୋରଦ୍ଵାର | ଏବେ ଭୁବନେଶ୍ୱରରେ ଗରମ ଓ ନୟାଗଡରେ ସରଗରମ | ଏବେ ରାଜନୀତିର ଚିଲିକା ପାଲଟି ଯାଇଛି | ଚିଲିକାକୁ ପାଖି ଆସିବା ପରି ନୟାଗଡରେ ବି ନେତା ମାନଙ୍କ ଭିଡ ଆଉ ଅଦିନିଆ ସମବେଦନାର ଜୁଆର | ରାଜନୀତି ଜୋରଦାର | ଅକାଳେ ସକାଳେ ଦେଖା ଦେଉନଥିବା ନେତା ବି ଏବେ ଆଖି ମଂଥି ମଂଥି କାନ୍ଦୁଛନ୍ତି |  ପରୀ ଆଳରେ ଏବେ ନୟାଗଡ଼ରେ ଦେଖିବାକୁ ମିଳୁଛି, ନିର୍ବାଚନ ପରଠୁ ମୁହଁ ଦେଖାଉ ନଥିବା ନେତାଙ୍କର । ଗତକାଲି ଏଲୋକଙ୍କ ସହ ଯୋଗାଯୋଗରେ ନଥିବା ନେତା ହଠାତ ନୟାଗଡରେ ଆବିର୍ଭାବ ଜୋଇଁ ଆଖି ମଂଥି କାନ୍ଦିବା ଆରମ୍ଭ କରିଦେଇଛନ୍ତି | କାନ୍ଦିବା କଥା, ଦାବି କରିବା କଥା | କାରଣ ଗୋଟେ ଝିଅର ବର୍ବରୋଚିତ ହତ୍ୟା ଘଟଣାରେ ସମସ୍ତେ ପ୍ରତିବାଦ କରିବା ଉଚିତ ଓ ନ୍ୟାୟ ଭିକ୍ଷା କରିବା ଉଚିତ | ହେଲେ ସେମାନଙ୍କ ଅବେଳିଆ କାନ୍ଦଣାକୁ ପରିପାଇ ନ୍ୟାୟ ମାଗୁଥିବା ଜନସାଧାରଣ ସହଜରେ ହଜମ କରି ବି ପାରୁନାହାନ୍ତି | ଘଟଣା ଘଟିବାର ଚାରିମାସ ଭିତରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଉଦାସୀନ ରହି ଅପରାଧୀକୁ ଘଣ୍ଟା ଘୋଡାଉଛନ୍ତି ବୋଲି ଅଭିଯୋଗ ଆଣୁଥିବା ଏହି ନେତା ମାନେ ୪ ମାସ ହେଲା ଥିଲେ କେଉଁଠି ?? କେତେଥର ଥାନାକୁ ଯାଇ କିମ୍ବା ଥାନା ଅଧିକାରୀଙ୍କ ସହ ପରୀ ଘଟଣାକୁ ନେଇ ଏମାନେ ଆଲୋଚନା କରିଛନ୍ତି । କେତେଥର ନୟାଗଡ଼ ଏସ୍‌ପି କିମ୍ବା ଏସ୍‌ଡିପିଓଙ୍କୁ ଘଟଣା ସଂମ୍ପର୍କରେ ପଚାରିଛନ୍ତି । କେତେଥର ପରୀ ପରିବାରକୁ ଧରି ଗଣମାଧ୍ୟମ ସାମନାକୁ ଆସିଛନ୍ତି ?  ନାଁ, ସିଜନାଲ ଚଢେଇ ଭଳି ଏମାନେ ଆସନ୍ତି ନିଜ ବ୍ରାଣ୍ଡ ପ୍ରଚାର ପାଇଁ ଓ ଗଣମାଧ୍ୟମରେ ନିଜ ଅସ୍ତିତ୍ତ୍ୱ ରିନୁଆଲ ବା ନବୀକରଣ ପାଇଁ,  ନ୍ୟାୟ ଦେବା ପାଇଁ ନୁହେ !  ନାଁ ଏମାନେ ନୟାଗଡ଼ ପାଇଁ ଚିନ୍ତିତ, ନାଁ ଏମାନେ ନୟାଗଡ଼ିଆଙ୍କ ପାଇଁ ଦରଦ ଅଛି |  ପରୀ ଭଳି ଅନେକ ଘଟଣାକୁ ଏମାନେ ନିଜର ରାଜନୀତି ପାଇଁ ମୋହରା କରି ରାଜନୈତିକ ରୁଟି ଶେକିବାରେ ବ୍ୟସ୍ତ |

ସେ ଯାହା ହେଉ, କେଉଁ ରାଜନେତା ରାଜନୀତି କରୁଛନ୍ତି କରନ୍ତୁ, କେଉଁ ନେତା ନିଜ ବ୍ରାଣ୍ଡ ପ୍ରଚାର ବା ନିଜ ଅସ୍ତିତ୍ବ ନବୀକରଣ କରୁ ବା ଯିଏ ଯାହା ଅଭିନୟ କରୁ ବା ଯାହାର ପଦବୀ ଯାଉ, ପରୀ ନ୍ୟାୟ ପାଉ | ଅପରାଧୀ ବନ୍ଧା ହେଉ | ମାନ୍ୟବର ହାଇକୋର୍ଟଙ୍କ ତଦାରଖରେ ନେବାକୁ ଥିବା ଏସଆଇଟିର ତଦନ୍ତ ନିରପେକ୍ଷ ହେଉ | ଦୋଷୀ ଦଣ୍ଡ ପାଇଁ, ଯେଉଁମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ସେମାନେ ବନ୍ଧା ହୁଅନ୍ତୁ | ହାଇକୋର୍ଟ ଓ ଏସଆଇଟି ତଦନ୍ତ ସେମାନଙ୍କ ବିଶ୍ୱସନୀୟତା ବଜାୟ ରଖନ୍ତୁ | 

 

0
0
0
s2sdefault