ହେଡଲାଇନସ୍:

"ଲେଖାଶ୍ରୀଙ୍କ ମନ୍ତବ୍ୟ ଓଡ଼ିଆ ଜାତି ପାଇଁ ଅପମାନ : ସେ ଆଉ ରାଣୀ ପଣ୍ଡା ଏକା କାଟାଗୋରୀର "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘଟଗାଁ (ଶାସକ ପ୍ରଶାସକ) : ଶ୍ରୀକ୍ଷେତ୍ର ପୁରୀକୁ ନେଇ ବିଜେପି ନେତ୍ରୀ  ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବୃତି ଓ ଯାତ୍ରା ଅଭିନେତ୍ରୀ  ରାଣୀ ପଣ୍ଡାଙ୍କ ଶସ୍ତା ମନ୍ତବ୍ୟ ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଟଗାଁଠାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଜୁ ମହିଳା ଜନତା ଦଳ | ଶତାଧିକ ମହିଳା ସାମିଲ ହୋଇ ଲେଖାଶ୍ରୀଙ୍କ ଦାୟିତ୍ବହୀନ ମନ୍ତବ୍ୟର ତୀବ୍ର ନିନ୍ଦା କରିବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ |

ବ୍ଲକ ଚେୟାରମ୍ୟାନ ନାରୀ ନେତ୍ରୀ ଦ୍ରଉପଦୀ ଦଣ୍ଡପାଟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ନିଜ ମନ୍ତବ୍ୟ ଦେଇ ଯୁବ ନେତା ଦେବାଶିଷ ପାତ୍ର କହିଥିଲେ ଯେ" ଓଡିଶାର ଆରାଧ୍ୟ ଦେବତା ଓ ପ୍ରତିଟି ଓଡ଼ିଆର ପ୍ରାଣର ସ୍ପନ୍ଦନ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ତଥା ଚାରିଧମରୀ ଗୋଟିଏ ଧାମ ଶ୍ରୀକ୍ଷେତ୍ର ପୁରୀ ଉପରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ | ଜଣେ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀ ଭାବେ ମତେ ଏହା ଗଭୀର ଭାବେ ବ୍ୟଥିତ କରିଛି | ଏଜ  ସମଗ୍ର ଓଡ଼ିଆ ଜାତି ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପ୍ରତି ଘୋର ଅପମାନ | କାହିଁ  କେଉଁ ଅନାଦି କାଳରୁ ଭାରତର ଆଧ୍ୟାତ୍ମିକ ଜଗତରେ ପ୍ରମୁଖତା ବହନ କରି ଆସିଥିବା ସର୍ବୋପରି ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପୁରୀ ଦେଶ ତଥା ଦେଶ ବାହାରେ ବିଦିତ | ପ୍ରତିବର୍ଷ  ଅସଂଖ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି ପୁରୀକୁ ଆଉ ରଥ ଯାତ୍ରାରେ ଦେଶ ବିଦେଶରୁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୁଏ ଶ୍ରୀକ୍ଷେତ୍ରରେ |  ହେଲେ  "ଆଗରୁ ସମସ୍ତେ  ପୁରୀ କଲିକତାରେ ବୋଲି ଜାଣିଥିଲେ ଓ ସମ୍ବିତ ପାତ୍ର ପ୍ରାର୍ଥୀ ହେଲା ପରେ ପୁରୀ ଓଡ଼ିଶାର ଥିବା ଲୋକ ଜାଣିଲେ ବୋଲି ଲେଖାଶ୍ରୀ କହି ନିଜର ଜ୍ଞାନଗରିମା ତଥା ନିଜ ସ୍ତରକୁ ପ୍ରମାଣିତ କରିଛନ୍ତି | ଯାତ୍ରା ଅଭିନେତ୍ରୀ  ରାଣୀ ପଣ୍ଡାଙ୍କ ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ କୌଣସି ଫରକ ନାହିଁ | ରାଣୀ ଯେମିତି ୟାକୁ ସ୍ୱାମୀ, ତାକୁ ଦିଅର ବୋଲି ଶସ୍ତା ମନ୍ତବ୍ୟ ଦେଉଛନ୍ତି, ଲେଖାଶ୍ରୀ ପୁରୀ କଲିକତାରେ ବୋଲି କହି ଓଡ଼ିଆ ଜାତିକୁ ଉପହାସ କରିଛନ୍ତି | ପୂର୍ବରୁ "ସୁରତରେ ରହୁଥିବା ଓଡ଼ିଆ ମା ଭଉଣୀ ମାନେ ଦେହ ବେପାରରେ ଲିପ୍ତ ରହନ୍ତି" ବୋଲି କହି ସମଗ୍ର ଓଡ଼ିଶାର ମା ଭଉଣୀ ମାନଙ୍କୁ ଅସମ୍ମାନିତ କରିଥିବା ବେଳେ ଏବେ ପୁରୀ ଉପରେ ଶସ୍ତା ତଥା ଲଜ୍ଜାହୀନ ମନ୍ତବ୍ୟ ଦେଇ ରାଜ୍ୟବାସୀଙ୍କ ପ୍ରତି ତାତ୍ସଲ୍ୟ କରି ଓଡିଶାକୁ ସେ କେତେ ହେୟ ମାନେ କରନ୍ତି ତାହା ପ୍ରମାଣିତ କରିଛନ୍ତି |  ଯେଉଁ ବିଜେପି ଭାରତୀୟ ସଂସ୍କୃତି କଥା କହୁଛି ହିନ୍ଦୁ ଧର୍ମ କଥା କହୁଛି ସେଇ ଦଳର ନେତା କିପରି ହୀନମନ୍ତବ୍ୟ ଦେଉଛନ୍ତି | ରାଣୀ ପଣ୍ଡା ହୁଅନ୍ତୁ ବା ଲେଖାଶ୍ରୀ ସାମନ୍ତ ସିଂହର, ଏକା କଟେଗୋରୀର | ଏମାନେ ଓଡ଼ିଆ ଜାତି ଓ ସଂସ୍କୃତିକୁ ନିନ୍ଦିତ କରିଛନ୍ତି | ଏମାନେ ଓଡିଶା ଜାତି ଓ ସଂସ୍କୃତି ପାଇଁ କଳଙ୍କ ବୋଲି କହିଛନ୍ତି ଯୁବନେତା ଶ୍ରୀ ପାତ୍ର |

 ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ , ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ମହାନ୍ତ ଓ ମଧୁମିତା ଦେହୁରୀ, ରଞିତା ରାଉତ,  ଜେନାମଣି ସିଦ୍ଧୁ , ବିଜେଡି ନେତା ମନ୍ମଥ ରାଉତ, ଦିଲ୍ଲିପ ମିଶ୍ର, ଅଜିତ ପାଢୀ, ବିକ୍ରମ ଜେନା, ରତନ ପଲେଇ,  ପ୍ରଦୀପ ଦେହୁରୀ, କେଶବ ବେହେରା, ଯତିକୃଷ୍ଣ ବେହେରାଙ୍କ ଓ  ଶତାଧିକ ମହିଳାଙ୍କୁ ଉପସ୍ଥିତ ରହି ଲେଖାଶ୍ରୀଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିଥିଲେ | 

0
0
0
s2sdefault