ହେଡଲାଇନସ୍:

ନଡ୍ଡାଙ୍କ ନୂଆ ପ୍ରଭାରୀ ଟିମ ଘୋଷିତ,  ଓଡିଶା ପାଇଁ ପ୍ରଭାରୀ ନିଯୁକ୍ତ ହେଲେ ପୁରନ୍ଦେଶ୍ୱରୀ, 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସାମ- ଦିଲ୍ଲୀର ପ୍ରଭାରୀ ହେଲେ ବୈଜୟନ୍ତ , ସମ୍ବିତଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ

 

ଭୁବନେଶ୍ୱର(ଶାସକ ପ୍ରଶାସକ)  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛନ୍ତି | ଓଡିଶା ପ୍ରଭାରୀ ଭାବେ ଡ଼ି. ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ବିଜୟ ପାଲସିଂ ତୋମାର ସହ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି | ଡ଼ି. ପୁରନ୍ଦେଶ୍ୱରୀଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ୱ ମଧ୍ୟ ଦିଆଯାଇଛି |

ସେହିପରି ଓଡିଶାରୁ ତିନିଜଣ ପ୍ରଭାରୀ ଓ ସହ ପ୍ରଭାରୀ ତାଲିକାରେ ସ୍ଥାନ ପାଇଛନ୍ତି | ଦୁଇଜଣ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ବେଳେ ଜଣଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି | ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଓ କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁରର ପ୍ରଭାରୀ ନିଯୁକ୍ତି ଦିଆଯାଇଛି | ସେହିପରି ମୟୁରଭଞ୍ଜ ସାଂସଦ  ଇଂ ବିଶ୍ୱେଶ୍ୱର ଟୁଡୁଙ୍କୁ  ମଧ୍ୟପ୍ରଦେଶର ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି ବୋଲି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି |  

 

0
0
0
s2sdefault