ହେଡଲାଇନସ୍:

ଆଜି ନବୀନଙ୍କ ନାଁ ନେଇ ଟାର୍ଗେଟ କଲେ ବୈଜୟନ୍ତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

"ନବୀନ ପଟ୍ଟନାୟକଙ୍କ ପୋଲିସ ବି ସେମିତି କରୁଛି"

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାଲି ଟାର୍ଗେଟ କରିଥିଲେ ଓଡିଶା ସରକାରଙ୍କୁ | ଆଜି ସିଧା ସଳଖ ଟାର୍ଗେଟ କରିଛନ୍ତି ପୋଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ |  ଜଣାଶୁଣା ଲେଖକ ଆନନ୍ଦ ରଙ୍ଗନାଥଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ବୈଜୟନ୍ତ କହିଛନ୍ତି " ଅର୍ଣ୍ଣବଙ୍କ କ୍ଷେତ୍ରରେ ଯାହା ହୋଇଛି, ଓଡ଼ିଶାରେ ଓଟିଭି କ୍ଷେତ୍ରରେ ସେୟା ହୋଇଛି | ହେଲେ ପ୍ରାୟତଃ ଜାତୀୟ ଗଣମାଧ୍ୟମ ଏ ନେଇ ନିରବ ରହିଛନ୍ତି ବୋଲି କହି ବୈଜୟନ୍ତ ଓଟିଭି ପ୍ରସଙ୍ଗକୁ ଜାତୀୟ ବିତର୍କ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରିଛନ୍ତି |  

ବୈଜୟନ୍ତ ତାଙ୍କ ଟୁଇଟରେ କହିଛନ୍ତି ଯେ, " ଅର୍ଣ୍ଣବଙ୍କ ପରି  ନବୀନ ପଟ୍ଟନାୟକଙ୍କ ଓଡିଶା ପୋଲିସ ଠିକ୍ ତାହା କରୁଛି | ଓଟିଭିର ଅଧିକାରୀମାନଙ୍କୁ  ବେଆଇନ ଭାବେ ଗିରଫ କରିବା ଏବଂ ଅଦାଲତ ଜାମିନ ମଂଜୁର କରିବା ପୂର୍ବରୁ  ସେମାନଙ୍କୁ ଇସ୍ତଫା ଦେବା ପାଇଁ ଭୟଭୀତ (ଜେଲରେ ଥିବାବେଳେ!) କରାଉଛନ୍ତି |  ଅଳ୍ପ କେତେକଙ୍କୁ ଛାଡି , ଅଧିକାଂଶ ଜାତୀୟ ଗଣମାଧ୍ୟମ ତଥା ତଥାକଥିତ ଉଦାରବାଦୀମାନେ ନୀରବ |" 

"This is exactly what Naveen Patnaik's Odisha police are doing to @otvnews, illegally arresting executives & intimidating them into resigning (while in custody!) during the days it takes for courts to grant bail. With few exceptions, most national media & so called liberals silent".

ସୂଚନାଯୋଗ୍ୟ ଯେ  ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାପରେ ନିଜ ମନ ଭିତରେ ଥିବା ଅସନ୍ତୋଷକୁ ଗତକାଲି  ଉଦ୍ଗାରିଥିଲେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଓଡିଶା ସରକାରଙ୍କ ଉପରେ ନିଜ ମନ ଭିତରେ ଥିବା ରାଗକୁ ଫୁଟାଇଥିଲେ  ସୁପ୍ରିମକୋର୍ଟଙ୍କ ରାୟକୁ ଆଳ କରି |  ପୂର୍ବରୁ ଓଡ଼ିଶାରେ ପୋଲିସ ପାକିସ୍ଥାନ ପୋଲିସ ପରି କାମ କରୁଛି ବୋଲି କହିଥିବା ବୈଜୟନ୍ତ ଆଜି "ଓଡିଶା ସମେତ ୪ ରାଜ୍ୟର ଏକଛତ୍ରବାଦୀ  ବା "ୱାନାବେ  ଟିନପଟ୍ ଡିକ୍ଟେଟର " ଶାସନ ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ ଏକ ଚେତାବନୀ" ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବୈଜୟନ୍ତ |

ସେ ତାଙ୍କ ଇଂରାଜୀ ଟୁଇଟରେ କହିଥିଲେ  ଯେ "The Supreme Court order today granting bail to Arnab Goswami upholds fundamental principles of law that were being blatantly flouted by the Maharashtra police. It is a warning to wannabe tinpot dictators there & in Odisha, West Bengal & Kerala that they will be put in their place "

ଅର୍ଣ୍ଣବ ତାୱା ଗରମ ଥିବା ବେଳେ ବୈଜୟନ୍ତ ଓଟିଭି ରୁଟି ବି ସେକିବାକୁ ଉଦ୍ୟମ କରିଛନ୍ତି ଏ ପ୍ରସଙ୍ଗକୁ ଜାତୀୟ ସ୍ତରରେ ମହାଭୁତ କରିବା ପାଇଁ | ଦେଖାଯାଉ ଏ ଲଢେଇ କେତେ ବାଟ ଯାଉଛି ଓ କି ପରିଣାମ ମିଳୁଛି ! 

0
0
0
s2sdefault