ହେଡଲାଇନସ୍:

ମଉକା ପାଇ ଚଉକା ମାରିଲେ ବୈଜୟନ୍ତ : ପାକିସ୍ଥାନ ପରେ ଏବେ ଏକଛତ୍ରବାଦୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

" ସୁପ୍ରିମକୋର୍ଟଙ୍କ ରାୟ ଓଡିଶା ସମେତ ୪ ରାଜ୍ୟର ସ୍ୱେଚ୍ଛାଚାରୀ ଶାସନ ପାଇଁ ଚେତାବନୀ"  

ଭୁବନେଶ୍ୱର : ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାପରେ ନିଜ ମନ ଭିତରେ ଥିବା ଅସନ୍ତୋଷକୁ ଉଦ୍ଗାରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଓଡିଶା ସରକାରଙ୍କ ଉପରେ ନିଜ ମନ ଭିତରେ ଥିବା ରାଗକୁ ଆଜି ଫୁଟାଇଛନ୍ତି ସୁପ୍ରିମକୋର୍ଟଙ୍କ ରାୟକୁ ଆଳ କରି |  ପୂର୍ବରୁ ଓଡ଼ିଶାରେ ପୋଲିସ ପାକିସ୍ଥାନ ପୋଲିସ ପରି କାମ କରୁଛି ବୋଲି କହିଥିବା ବୈଜୟନ୍ତ ଆଜି "ଓଡିଶା ସମେତ ୪ ରାଜ୍ୟର ଏକଛତ୍ରବାଦୀ  ଶାସନ ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ ଏକ ଚେତାବନୀ" ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବୈଜୟନ୍ତ |

ସେ ତାଙ୍କ ଇଂରାଜୀ ଟୁଇଟରେ କହିଛନ୍ତି ଯେ "The Supreme Court order today granting bail to Arnab Goswami upholds fundamental principles of law that were being blatantly flouted by the Maharashtra police. It is a warning to wannabe tinpot dictators there & in Odisha, West Bengal & Kerala that they will be put in their place "

ବୈଜୟନ୍ତଙ୍କ ଇଂରାଜୀରେ କେତୋଟି ଶବ୍ଦର ଅବିକଳ ନିହିତ ଅର୍ଥ ଅବୁଝା ଥିଲେ ବି ଆପାତତଃ ଓଡ଼ିଆରେ ସେ କହିବାକୁ ଚାହିଁଛନ୍ତି  " ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଇନର ମୌଳିକ ନୀତିକୁ ସମର୍ଥନ କରିଛି ଯାହା ମହାରାଷ୍ଟ୍ର ପୋଲିସ ଦ୍ୱାରା ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଥିଲା । ସେଠାରେ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳରେ ଥିବା "ୱାନାବେ  ଟିନପଟ୍ ଡିକ୍ଟେଟର " (ବିଧି ଅସମ୍ମତ ଉଚ୍ଚାଭିଳାଷୀ ଏକଛତ୍ରବାଦୀ ବା ସାଧାରଣ ଅର୍ଥରେ ବୁଝିଲେ wannabe tinpot dictators ମାନେ small fry ବୋଲି ବୁଝାଯିବ)ଙ୍କ ପାଇଁ  ଏହା ଏକ ଚେତାବନୀ ଅଟେ |ଆଉ ଏହା ସେମାନଙ୍କୁ ଠିକଣା ସ୍ଥାନ ଦେଖାଇଦେବ |" 

 

 

0
0
0
s2sdefault