ହେଡଲାଇନସ୍:

"ଚକ୍ରାନ୍ତକାରୀମାନେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଷଡ଼ଯନ୍ତ୍ରର ପ୍ରତିଫଳନ : ଜୀବନ 

ବିଜେପି  ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ବିଜେଡି କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ : ରବି ଜେନା 

ବାଲେଶ୍ୱର(ଶାସକ ପ୍ରଶାସକ): ଦଳୀୟ ଶୃଙ୍ଖଳା ତଥା ଅନୁଶାସନ ଉଲ୍ଲଂଘନ ଓ ବାଲେଶ୍ୱର ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଆଜି ବିଜେଡିରୁ ନିଲମ୍ବିତ କରାଯାଇଥିବା ବେଳେ ଏଥିରେ ଅସନ୍ତୋଷ ଜାହିର କରିଛନ୍ତି ଜୀବନ | ଦଳର ଏହି କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶ୍ରୀ ଦାଶଙ୍କୁ ପଚାରିବାରୁ, ଏହାର କାରଣ ବାବଦରେ ସେ କିଛି ଜାଣି ନଥିବା କହିଛନ୍ତି । ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ଭୋଟହାର ବୃଦ୍ଧି ନେଇ ରାଜ୍ୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ  କ୍ରମେ ସେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିଥିଲେ । ଏହା ସତ୍ତ୍ୱେ  ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଷଡ଼ଯନ୍ତ୍ରର ପ୍ରତିଫଳନ ବୋଲି ସେ ଆରୋପ ଉଠାଇଛନ୍ତି । ଚକ୍ରାନ୍ତକାରୀମାନେ ନିଜ ଉଦ୍ୟମରେ ସଫଳ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି । 

ଅନ୍ୟପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ  ବାବଦରେ ବିଜେଡି ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ, ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ଶ୍ରୀ ଦାଶଙ୍କୁ ନିଲମ୍ବିତ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ବିଶେଷ କରି ନିର୍ବାଚନ ବେଳେ ବିଜେପି  ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ବିଜେଡି କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିବା ନେଇ ବହୁ ଅଭିଯୋଗ ଓ ସୁରାକ ଦଳୀୟ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିଥିଲା । ଅନୁସନ୍ଧାନ ପରେ ଅଭିଯୋଗର ସତ୍ୟତାକୁ ଭିତ୍ତି କରି ଦଳର ଆଭ୍ୟନ୍ତରୀଣ କମିଟି ଏଭଳି ନିଷ୍ପତି ନେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । 

ପ୍ରକାଶ ଥାଉ କି ସରକାରୀ ଚାକିରୀରୁ ଅବସର ନେବା ପରେ ବାଲେଶ୍ୱରରେ ବିଜେପି ସଂଗଠନକୁ ଆଗକୁ ନେବା ସହ ୨୦୦୦ ମସିହାରେ ଶ୍ରୀ ଦାଶ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ବିଜେଡି ଟିକେଟରେ  ୨୦୦୯ ଓ ୨୦୧୪ ନିର୍ବାଚନରେ ସଦର ଆସନରୁ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ୧୩ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ସେ ପରାଜୟ ବରଣ କରିଥିଲେ ।  

0
0
0
s2sdefault