ହେଡଲାଇନସ୍:

ଏବେ ଯଦି ମୁଖ୍ୟମନ୍ତ୍ରୀ କରିବେ, ୧୯ ବର୍ଷଧରି ବାଲେଶ୍ୱର ବିକାଶ ଦାୟିତ୍ୱ କାହାର ଥିଲା: ଗୋଲକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଶାସକ ପ୍ରଶାସକ): ବାଲେଶ୍ୱର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ  ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ବିକାଶର ପରିଭାଷା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟରେ ନବୀନ ସରକାରଙ୍କ ଶାସନ ୫ମ ପାଳିରେ ପହଞ୍ଚିଥିବା ବେଳେ ଦୀର୍ଘବର୍ଷ ଧରି ବାଲେଶ୍ୱରର ବିକାଶ ଦାୟିତ୍ୱ କାହା ହାତରେ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବାଲେଶ୍ୱର ସାଂସଦ ଓ ଜିଲ୍ଲାର ୨ ଜଣ ବିଧାୟକ ମାତ୍ର ଦେଢ଼ ବର୍ଷ କ୍ଷମତାରେ ଥିଲେ । ତା’ ପୂର୍ବରୁ ବିଜେଡିକୁ ଜିଲ୍ଲାବାସୀ ବିପୁଳ ସମର୍ଥନ ଦେଇଆସିଛନ୍ତି । ମାତ୍ର ଏଇ ଦୀର୍ଘ ବର୍ଷରେ ଜିଲ୍ଲାବାସୀ ରା୍ୟସରକାରଙ୍କଠାରୁ ପାଇଛନ୍ତି କ’ଣ । ଜିଲ୍ଲାର ଆର୍ଥିକ  ବିକାଶରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ବାଲେଶ୍ୱରର ବହୁ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଏବେ ବନ୍ଦ ହେବାକୁ ବସିଛି । ୭ କୋଟି ଟଙ୍କାର ସିଟିବସ୍ ଖତ ଖାଉଛି । ଜିଲ୍ଲାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ପ୍ରଭୃତି ବିଭାଗର ଦୟନୀୟ ଅବସ୍ଥା ସାଙ୍ଗକୁ ଜିଲ୍ଲାରେ ବେଆଇନ ନିଶାକାରବାର ବଢ଼ି ବଢ଼ି ଚାଲିଛି ।  ସଦର ମହକୁମାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସରକାର ଓ ପ୍ରଶାସନ ବିଫଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ କି ବିକାଶର ଛବି ବାଲେଶ୍ୱରବାସୀଙ୍କୁ ଦେଖାଇବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଦୀର୍ଘଦିନ ପରେ ଉପ-ନିର୍ବାଚନ  ବେଳେ ମୁଖ୍ୟମନ୍ତ୍ରୀଙ୍କର ବାଲେଶ୍ୱର କଥା ମନେପଡ଼ିଲା । ଜିଲ୍ଲା ପ୍ରତି ହେଉଥିବା ଅବହେଳା ବିଶ୍ୱାସଘାତକୁ ବାଲେଶ୍ୱରବାସୀ କେବେ କ୍ଷମା କରିବେ ନାହିଁ । ବରଂ ଆସନ୍ତା ୩ ତାରିଖରେ ଜିଲ୍ଲାର ଚିନ୍ତାଶୀଳ ଭୋଟର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାପାତ୍ର ଏହି ସମ୍ବାଦିକ ସମ୍ମିଳନୀରେ ଆଶା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ନେତା ସତ୍ୟବ୍ରତ ପଣ୍ଡା ଓ ଅନୟାୟ ନେତୃବୃନ୍ଦ ଉପସ୍ଥିତ ଥିଲେ | 

0
0
0
s2sdefault