ହେଡଲାଇନସ୍:

ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପ-ନିର୍ବାଚନ ଫଳ ରାଜ୍ୟ ରାଜନୀତି ପାଇଁ ନୂଆ ବାର୍ତ୍ତା: ବୈଜୟନ୍ତ

ବାଲେଶ୍ୱର (ଶାସକ ପ୍ରଶାସକ):  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସହ ମାରାଥନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଆଗକୁ ନେବା ତଥା ବାଲେଶ୍ବରର ସର୍ବାଙ୍ଗୀନ ବିକାଶ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। 

 ହେଲିକେପ୍ଟର ଯୋଗେ ପାତ୍ରପଡ଼ା ପଡ଼ିଆରେ ଅବତରଣ ପରେ ସେ ସଦର ବିଜେପି କାର୍ଯ୍ୟାଳୟକୁ ଆସି ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ପ୍ରାର୍ଥୀ ମାନସ ଦତ୍ତଙ୍କ ସଙ୍ଗରେ ଶ୍ରୀ ପଣ୍ଡା ଖାଲା ଗାଡ଼ିରେ ରୋଡ଼ ସୋ’ରେ ଯୋଗ ଦେଇଥିଲେ । ଚିଡ଼ିଆ ପୋଲଠାରୁ ଆରାମ୍ଭ ହୋଇଥିବା ଏହି ରୋଡ଼ ସୋା’ରାଣୀପାଟଣା, ଝାଡେ଼ଶ୍ୱର ମନ୍ଦିର, ନୂଆବଜାର, ଅରଡ଼ବଜାର ଦେଇ ସହଦେବଖୁଣ୍ଟା ପର୍ଯ୍ୟନ୍ତ ଯାଇଥିଲା ।  ସହଦେବଖୁଣ୍ଟାର ଚାନ୍ଦମାରୀ ପଡ଼ିଆରେ ପହଞ୍ଚିବା ପରେ  ସେଠାରେ ଜନସାଧାରଣ ପୁଷ୍ପବୃଷ୍ଟି ଓ ହୁଳହୁଳି ସହ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ରୋଡ଼ ସୋ’ରେ ଜନସମାଗମକୁ ଦେଖି ଶ୍ରୀ ପଣ୍ଡା ଚକିତ ହେବା ସହ ପ୍ରାର୍ଥୀ ମାନସଙ୍କ ବିଜୟକୁ ନେଇ ଦୃଢ଼ତା ପ୍ରକାଶ କରିଥିଲେ । ବାଲେଶ୍ୱରବାସୀଙ୍କ ଭାବନାକୁ ଉପେକ୍ଷା ସହ ଦିବଂଗତ ବିଧାୟକଙ୍କ ସମ୍ପର୍କରେ ବିଜେଡି ନେତା-ମନ୍ତ୍ରୀ ଦେଉଥିବା ଅମାନବୀୟ ମନ୍ତବ୍ୟ ବାସ୍ତବିକ୍ ଗର୍ବ- ଅହଙ୍କାରର ପ୍ରତିଫଳନ ବୋଲି ସେ କହିଛନ୍ତି । ଏହାର ବିଚାର ବାଲେଶ୍ୱରବାସୀ କରିବା ସହ ଏହି ଉପ-ନିର୍ବାଚନର ଫଳାଫଳ ସମଗ୍ର ଓଡ଼ିଶାକୁ ଏକ ନୂଆ ବାର୍ତ୍ତା ଦେବ ଓ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ବୋଲି ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।  

ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତି ଦଳୀୟ କର୍ମୀ ଓ ନେତା ମାନଙ୍କୁ ବେଶ୍‌ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା

0
0
0
s2sdefault