ହେଡଲାଇନସ୍:

ଦିବଂଗତ ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟରେ ଜୁଏଲଙ୍କ କ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଶାସକ ପ୍ରଶାସକ): ମଙ୍ଗୁଭାଇଙ୍କ ଭଳି ଜଣେ ଲୋକପ୍ରିୟ ଦିବଂଗତ ବିଧାୟକଙ୍କ ପ୍ରତି ବିଜେଡି ନେତା ଓ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ମାନବିକତାର ପରିପନ୍ଥୀ ବୋଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ଲୋକପ୍ରିୟ ନେତା ଭାବେ ସଦର ନିର୍ବାଚନମଣ୍ଡଳୀର ଲୋକେ ମଦନ ମୋହନ ଦତ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିଥିଲେ । ମାତ୍ର ତାଙ୍କର ଅକାଳ ବିୟୋଗରେ ପରିବାର ସମେତ ଏହି ନିର୍ବାଚନମଣ୍ଡଳୀବାସୀ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ । ମାତ୍ର ନବୀନ ପଟ୍ଟନାୟକଙ୍କ ସରକାରର ମନ୍ତ୍ରୀ ଓ ନେତା ସ୍ୱର୍ଗତ ଦତ୍ତଙ୍କ ସମ୍ପର୍କରେ ନାନାଦି ଅପମାନବୋଧକ ଶବ୍ଦ ଉଚ୍ଚାରଣ ଆଦୌ ଗ୍ରହଣୀୟ ନୁହେଁ । ପୂର୍ବରୁ ତାଙ୍କର ମୃତୁ୍ୟ ବିଜେଡି ପାଇଁ ସୁଯୋଗ ଓ ଏବେ ତାଙ୍କୁ ପୋଡ଼ା ବିଦୁ୍ୟତ୍ ଟ୍ରାନ୍ସଫର୍ମାର  ବୋଲି ସମ୍ବୋଧନ କରିବା ଅମାନବିକତାର ସୀମା ଟପିଛି । ସବୁଠାରୁ ବଡ଼କଥା ହେଲା ଖୋଦ୍ ମୁଖ୍ୟମନ୍ତ୍ରୀ ଏ ସବୁ ଜାଣି ମଧ୍ୟ ଚୁପ୍ ରହିବା । ସେ ଇଚ୍ଛା କରିଥିଲେ ଗତକାଲିର ଭର୍ଚୁଆଲ ର୍ୟାଲିରେ ଦିବଂଗତ ବିଧାୟକଙ୍କ ପରିବାରକୁ ସମବେଦନା ଜଣାଇ ପାରିଥାନ୍ତେ କିମ୍ବା ବିବାଦୀୟ ନେତା ଓ ମନ୍ତ୍ରୀଙ୍କୁ ତାଗିଦ୍ କରିପାରି ଥାନ୍ତେ । ମାତ୍ର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପଦୁଟିଏ ବି କିଛି ନ କହିବା ବାଲେଶ୍ୱରବାସୀଙ୍କ ଭାବନାକୁ ଘୋର ଉପେକ୍ଷା ବୋଲି ସାଂସଦ ଶ୍ରୀ ଓରାମ ଆରୋପ କରିଛନ୍ତି । ଆଗାମୀ ଦିନରେ ଏହାର ଫଳ ବିଜେଡିକୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି । ରାଜନୀତି ପାଇଁ ମାନବିକତା ଓ ସମ୍ବେଦନଶୀଳତା ଭୁଲି ଯାଉଥିବା ଦଳର ନେତା ଓ ମନ୍ତ୍ରୀଙ୍କୁ ବାଲେଶ୍ୱରବାସୀ କେବେ କ୍ଷମା କରିବେ ନାହିଁ ବୋଲି ସାଂସଦ ଶ୍ରୀ ଓରାମ ଚେତାବନୀ ଦେଇଛନ୍ତି । 

 

0
0
0
s2sdefault