ହେଡଲାଇନସ୍:

ଉପ-ନିର୍ବାଚନରେ ବିଜେଡିର ଅହଙ୍କାର ପ୍ରତିଫଳିତ: ପ୍ରତାପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରସଲପୁରରେ ବିଜେପିର ମିଶ୍ରଣ ପର୍ବ 

ବାଲେଶ୍ୱର(ଶାସକ ପ୍ରଶାସକ): ଆସନ୍ନ ନିର୍ବାଚନ ବେଳେ ଅନ୍ୟଦଳରୁ କର୍ମୀ ଓ ଛାମୁଆଙ୍କର ବିଜେପିରେ ଯୋଗଦାନ ପ୍ରାର୍ଥୀ ମାନସ ଦତ୍ତଙ୍କ ସ୍ଥିତିକୁ ବେଶ୍ ମଜବୁତ୍ କରିପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରସଲପୁର ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ମତ ପ୍ରକାଶ କରିଛନ୍ତି । ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଶାସକ ଦଳ ନେତାଙ୍କ ଅବହେଳାର ଶିକାର ହୋଇ ରସଲପୁର ସରପଞ୍ଚ ଶୁଭେଶ ନାୟକ ଓରଫ୍ ପିଣ୍ଟୁଭାଇଙ୍କ ନେତୃତ୍ୱରେ ବହୁ କର୍ମୀ ଓ ଛାମୁଆ ଆନୁଷ୍ଠାନିକ  ଭାବେ ବିଜେପିରେ ଯୋଗଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନବାଗତ କର୍ମୀ ଓ ଛାମୁଆଙ୍କୁ ଦଳରେ ସ୍ୱାଗତ କରିବା ସହିତ ରାଜ୍ୟ ସରକାରଙ୍କ ଅହଙ୍କାର କ୍ଷୁର୍ଣ୍ଣ କରିବାର ବେଳ ଉପନୀତ ହୋଇଥିବା କହିଥିଲେ । ଚଳିତ ଉପ-ନିର୍ବାଚନରେ ବିଜେପି ପ୍ରତି ବଢ଼ୁଥିବା ଜନସମର୍ଥନରେ ବିଚଳିତ ବିଜେଡିର ମନ୍ତ୍ରୀ ଓ ନେତା ଶେଷରେ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରତି ଆକ୍ଷେପମୂଳକ ଶବ୍ଦ ଉଚ୍ଚାରଣ କରି ଚାଲିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହା କେବଳ ଦୁର୍ବଳତାର ଲକ୍ଷଣ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଏହି ଅବସରରେ ଆୟୋଜିତ ରୋଡ଼ ସୋ ଓ ପଦଯାତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବଜେପିର ପୁରୁଣା ଓ ନୂଆ କର୍ମୀମାନେ ଯୋଗଦେଇ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟଭିକ୍ଷା କରିଥିଲେ । ବିଜେଡିର ମିଥ୍ୟା ପ୍ରତିଶ୍ରୁତିରେ ନ ଭୁଲି ଆଞ୍ଚଳିକ ବିକାଶ ପାଇଁ ଅଧିକ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ସମସ୍ତେ ନିବେଦନ କରିଥିଲେ ।

0
0
0
s2sdefault