ହେଡଲାଇନସ୍:

ନବୀନଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ : ବିଜେପି ପ୍ରତି ଆପଣଙ୍କ ଅନ୍ଧ ସମର୍ଥନର କାରଣ କଣ ରାଜ୍ୟବାସୀଙ୍କୁ ଜଣାନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆପଣ ତ ନିଜେ ପ୍ରଚାରକୁ ଯାଉନାହାନ୍ତି, ଘରେ ସୁରକ୍ଷିତ ରହୁଛନ୍ତି | ଭର୍ଚୁଆଲ ରାଲିରେ ଭିଡ କରି ଲୋକଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି ?

ରାଜ୍ୟସଭା ନିର୍ବାଚନରେ ସଂପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ସିଟ ବିଜେପିକୁ ଦେଲେ କଣ ସିବିଆଇକୁ ଡରି !!!

ଭୁବନେଶ୍ୱର(ଶାସକ ପ୍ରଶାସକ)  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋତୋଟି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ ବାର୍ତାରେ ଏବଂ ଆଶା ରଖିଛନ୍ତି ଉପନିର୍ବାଚନ ପୂର୍ବରୁ ଉତର ପାଇବା ପାଇଁ । ଆର.ଏସ.ଏସ ଏବଂ ବିଜେପି ସହ ଆପଣଙ୍କ ସମ୍ପର୍କ କ’ଣ? ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଏବେ ଆମେ ଦେଖୁଛୁ ବିଜେପି ପକ୍ଷରୁ ଯେତେ ବିଲ୍ ସଂସଦରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଆସୁଛି ସବୁ ବିଲ୍କୁ ଆପଣଙ୍କ ଦଳ ବିଜେଡ଼ି ସମର୍ଥନ କରୁଛି । ସଂଖ୍ୟାଲଘୁଙ୍କ ହାନି ବଢେ଼ଇବା ପାଇଁ ଯେଉଁ ବିଲ ଆସିଲା ଏନ୍ଆରସି ଓ ସିଏଏ ତାକୁ ସମର୍ଥନ କଲେ ।  ଚାଷୀମାନଙ୍କ ବିରୁଦ୍ଧରେ ଯେଉଁ ଆଇନ ତିଆରି ହେଲା ୮ ଘଂଟାରୁ ୧୨ ଘଂଟା ହେଲା କାର୍ଯ୍ୟ କରିବା ସମୟ ତାକୁ ବି ସମର୍ଥନ କଲେ । ଆପଣା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ଓ ଆପଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ସତ୍ୱେ ବେକାରୀ ସମସ୍ୟା ଦୂର ହେଲା ନାହିଁ ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ସର୍ବାଧିକ ହାର ବେକାରୀ ସମସ୍ୟା ହେଲା ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ଜିଏସଟି ବିଲକୁ ବି ସମର୍ଥନ କଲେ ଆପଣ ଏବଂ ଆମ ଓଡ଼ିଶା ରାଜ୍ୟ ଜିଏସଟି ବାଦରେ ଯାହା ପାଇବା ପ୍ରାପ୍ୟ ତାକୁ ମଧ୍ୟ କେନ୍ଦ୍ର ନଦେଇ ଋଣ ନେବାକୁ କହିଲା । ସେଥିରେ ମଧ୍ୟ ଆପଣ ରାଜି ହେଲେ । କେନ୍ଦ୍ର ବିରୁଦ୍ଧରେ ପଦଟିଏ ମଧ୍ୟ ପାଟି ଫିଟାଇଲେ ନାହିଁ । ସବୁ କଥାରେ ତ ଆପଣ ବିଜେପିକୁ ସମର୍ଥନ ଦେଉଛନ୍ତି । ଯେଉଁ ସବୁ ଶିଳ୍ପ କାରଖାନା କଂଗ୍ରେସ ସମୟରେ ହୋଇଥିଲା ତାହା ବର୍ତମାନ ସମୟରେ ବନ୍ଦ ହୋଇପଡ଼ିଛି । ବିଜେପି ସରକାରରେ ତୈଳଦରଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଆପଣ ପଦଟି ପାଟି ନଫିଟେଇବା କାରଣ କଣ?  ଆପଣଙ୍କୁ ଭଲ ଭାବେ ଜଣା ତାହା କହିବେ କି? ସଂଖ୍ୟାଲଘୁ ଠୁଁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁଥିରେ ଆପଣ ଓ ଆପଣଙ୍କ ଦଳ ବିଜେଡ଼ି ବିଜେପିକୁ ସମର୍ଥନ କରି ଆସୁଛି । ତେଣୁ ଆପଣଙ୍କ ବିଜେଡ଼ି ଓ ବିଜେପି ଭିତରେ ଫରକ କ’ଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଆଜି ସେହିପରି କରୋନା ମହାମାରୀରେ ସାରା ବିଶ୍ୱରେ ଭାରତ ତୃତୀୟରେ ଆସି ପହଂଚି ଥିଲାବେଳେ ଓଡ଼ିଶା ରାଜ୍ୟ ଭାରତରେ ୮ମ ସ୍ଥାନରେ ପଂହଚିଲାଣି କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି ମାକ୍ସ କିଣାରୁ ଆରମ୍ଭ କରି ଭେଂଟିଲେଟର କିଣା ପର୍ଯ୍ୟନ୍ତ । ତଳୁ ଉପର ଯାଏଁ ସମସ୍ତ ଦୀର୍ନୀତିରେ ସଂପୃକ୍ତ । ଏବେ ଟଙ୍କିକିଆ ଚାଉଳର ବାହାଦୁରୀ ନେଉଛନ୍ତି ଉଭୟ ବିଜେଡ଼ି ଓ ବିଜେପି  ଯାହାକି ପ୍ରକୃତରେ ୟୁପିଏ ସରକାରର ଅବଦାନ । କେଉଁ ପ୍ରାରିପ୍ରେକ୍ଷୀରେ ଆପଣ ଆଜି ସେହି ବିକାଶ କଥା କହୁଛନ୍ତି ଏବଂ ୨୧ବର୍ଷ ଶାସନରେ ଆପଣ କିଣ ବିକାଶ କାର୍ଯ୍ୟ କରିଛନ୍ତି ତାହା ଜନସାଧାରଣ ଜାଣିବା ଉଚିତ୍ । ତେଣୁ ସେ ପୁରୁଣା ବାଜା ବଜାଇ ଅର୍ଥ ବଳରେ ଶାସନ ବଳରେ ଯେଉଁ ଭୋଟ ପ୍ରଚାର କରୁଛନ୍ତି ତାହା କେବଳ ପ୍ରଚାର ପ୍ରତିଶୃତି ଓ ପ୍ରତାରଣା ପାଇଁ । କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଉପନିର୍ବାଚନ ଲଢ଼ୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଯାଇ ଘରେ ସୁରକ୍ଷିତ ରହି ସହ ସହ ଲୋକଙ୍କୁ ଏକାଠି କରି ଭର୍ଚୁଆଲ ରାଲିରେ ବକ୍ତବ୍ୟ ଦେଇ ସେମାନଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି?  ଜନସାଧାରଣଙ୍କ ଜୀବନ କଣ ମୂଲ୍ୟବାନ ନୂହେଁ କି ?

 ରାଜ୍ୟସଭା ନିର୍ବାଚନରେ ସଂପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ସିଟ ବିଜେପିକୁ ଦେଲେ କଣ ସିବିଆଇକୁ ଡରି ତେଣୁ ଏସବୁ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଦେବା ଉଚିତ୍ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । 

 

0
0
0
s2sdefault