ହେଡଲାଇନସ୍:

ତିର୍ତ୍ତୋଲ ବିଜେଡ଼ିର ମିଶ୍ରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ (ଶାସକ ପ୍ରଶାସକ):  ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମୁକଳ ଗ୍ରାମ ୱାର୍ଡ ନମ୍ବର- ୧୧,୧୨,୧୩  ବିଜୁଜନତାଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟସଭା ସାଂସଦ ମୁଜିବୁଲା ଖାଁ, ପୂର୍ବତନମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦିଲୀପ ପଣ୍ଡା, ବିଜୁ ଯୁବଜନତା ଦଳ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ଉପସଭାପତି କମଲ୍ ଜ୍ୟୋତି ଦାସ, ଛାତ୍ର ବିଜେଡ଼ି ନେତା ଦେବେଶ ଦାସ ଛାତ୍ର ବିଜେଡ଼ି ନେତା ରାଜେନ୍ଦ୍ର କୁମାର ସାହୁ( ପିଙ୍କନ୍ ) ଅମରେଶ ମହାପାତ୍ର,ଅନନ୍ତ ରେଡ୍ଡୀ, ସନ୍ଧ୍ୟା ରାଣୀ ମହାପାତ୍ର,  ଜଗନ୍ନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ସିଲାରଣୀ ଖଣ୍ଡୁଆଲ, ସରପଞ୍ଚ ପ୍ରତିନିଧି ଅଦେତ୍ୟ ଖଣ୍ଡୁଆଲ , ସ୍ଥାନୀୟ ବରିଷ୍ଠନେତା ଗଗନ ଖଣ୍ଡୁଆଳ,ଶରତ ଦାସ, ଆଶିଷ ଦାସ, ସୁଜାତ୍ ଅଲ୍ଲୀ, ସବିର୍ , ଓ ବିଜୁ ଜନତା ଦଳର ୫୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଯୁବ, ଛାତ୍ର ଯୋଗଦେଇଥିଲେ । କଂଗ୍ରେସ ଦଳ ଛାଡ଼ି ୮ ଜଣ ମୁସଲିମ ସମ୍ପ୍ରଦାୟର ନେତା ସେମାନଙ୍କ ୧୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ଦଳର ବରିଷ୍ଠ ନେତା ଲୋକମାନଙ୍କୁ ଦଳୀୟ ମାସ୍କ୍, ଚାବି ରିଂ ଓ  ବଣ୍ଟନ କରିବା ସହିତ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଶଙ୍ଖ ଚିଂହାରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତିବାକୁ ଅନୁରୋଧ କରିଥିଲେ ବୋଲି ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

 

0
0
0
s2sdefault