ହେଡଲାଇନସ୍:

"ବାଲେଶ୍ୱରରେ ବିଜେଡ଼ି ଓ ବିଜେପିର ବାଦିପାଲା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) - ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର "ବିଜେଡ଼ିକୁ କୁ ଏକ ସୁଯୋଗ ମିଳିଛି" ଉକ୍ତିକୁ ନେଇ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ବାଦିପାଲା ଚାଲିଛି  ତାକୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ଶ୍ରୀ ନରଞ୍ଜନ ପଟ୍ଟନାୟକ । ବାଲେଶ୍ୱର ବାସୀଙ୍କ ମୁଖ୍ୟ ସମସ୍ୟା ଓ ପ୍ରସଙ୍ଗ ଗୁଡ଼ିକୁ ଏଡ଼ାଇଦେବା ପାଇଁ ଏହା ସେମାନଙ୍କର ସୁଚିନ୍ତିତ ଉଦେଶ୍ୟ | ବାସ୍ତବରେ ଉଭୟ ବିଜେଡ଼ି ଏବଂ ବିଜେପି ବାଲେଶ୍ୱର ବାସୀଙ୍କ ପାଇଁ କିଛି ବିକାଶମୂଳକ କାମ କରିନାହାନ୍ତି । ତେଣୁ ଲୋକଙ୍କ ପାଖରେ ନିଜର ସପକ୍ଷରେ କହିବାର କିଛି ନାହିଁ । ବାଲେଶ୍ୱରର  ସମସ୍ୟା ସମ୍ପର୍କରେ ସେମାନେ ବ୍ୟଥିତ ନୁହନ୍ତି । ନିଜର ଅପାରଗତା ଏବଂ ସମ୍ବେଦନ ହୀନତା ଲୁଚାଇବାପାଇଁ ଅଦରକାରୀ କଥା ଗୁଡ଼ିକୁ ପ୍ରସଙ୍ଗ କରି ସେମାନେ ବାଦିପାଲାରେ ମାତିଛନ୍ତି । ସଚେତନ ବାଲେଶ୍ୱର ବାସୀ ଏହି ବାଦୀପାଲାରେ ଆମୋଦିତ ହୁଅନ୍ତୁ କିନ୍ତୁ ଭୋଟ ଦେଲାବେଳେ ନିଜର ଉଚିତ୍ ବିଚାର ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । 

 

0
0
0
s2sdefault