ହେଡଲାଇନସ୍:

ସରକାରୀ ଅର୍ଥ ଲୁଟି ମଧ୍ୟ ଲୋକଙ୍କୁ ମୌଳିକ ସେବା ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁର୍ନୀତିଗ୍ରସ୍ତ ଦଳର ପ୍ରାର୍ଥୀଙ୍କୁ ଉଚିତ ଜବାବ ଦିଅ: ସୁରେଶ ପୂଜାରୀ

ବାଲେଶ୍ୱର,(ଶାସକ ପ୍ରଶାସକ) : ଚଳିତ ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଂଶଗ୍ରହଣ କରିଥିବା ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ବାଲେଶ୍ୱରର ପ୍ରତ୍ୟେକ କ୍ଷେତ୍ରରେ ବଦ୍ଧି ପାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ ଯୋଗଦେଇ ସହର ସମେତ ଜିଲ୍ଲାବାସୀଙ୍କୁ ଦୀର୍ଘଦିନ ଧରି କରାଯାଇଥିବା ଅବହେଳା ସମ୍ପର୍କରେ ସୂଚନା ଦେଇଛନ୍ତି । ବିଶେଷ କରି ପୌରାଞ୍ଚଳ ଓ ପଞ୍ଚାୟତ ସ୍ତରରେ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ଲୋକାଲ ଫଣ୍ଡ ଅଡିଟ୍ ରିପୋର୍ଟକୁ ଆଧରରେ ପୌରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ଅନୁଦାନକୁ ସରକାର ଓ ପ୍ରଶାସନ ଖର୍ଚ୍ଚ କରିପାରୁ ନାହାନ୍ତି । ଏମିତିକି ହେଉଥିବା ଖର୍ଚ୍ଚର ହିସାବ ଏବଂ ବିନିଯୋଗ ପ୍ରମାଣପତ୍ର ପ୍ରଦାନରେ ଶାସନକଳର ବିଳମ୍ବତା ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି । ଅଦ୍ୟାବଧି ଜିଲ୍ଲା ପରିଷଦରେ ୧୫ କୋଟି, ପଞ୍ଚାୟତ ସମିତିରେ ୨୫୭ କୋଟି ଓ ଗ୍ରାମ ପଞ୍ଚାୟତରେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡ଼ି ରହିଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାଦେଶ ସହ ବିଜେଡି କର୍ମୀମାନେ ସମ୍ପୃକ୍ତ ଅଟକଳ ଅର୍ଥରୁ କୋଟି କୋଟି ଟଙ୍କା ଅଗ୍ରୀମ ଆକାରରେ ନେଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସବୁଠାରୁ ବଡ଼କଥା ହେଲା ଗତ ୫ବର୍ଷରେ ଅମୃତ ଯୋଜନା କାର୍ଯ୍ୟକାରୀରେ କେନ୍ଦ୍ର ପ୍ରଦତ୍ତ ୮୮୫ କୋଟି ଟଙ୍କାର ଖର୍ଚ୍ଚର ହିସାବ ଏବେ କାହା ପାଖରେ ନାହିଁ । ତେବେ ବାଲେଶ୍ୱର ସହରର ବିକାଶ ପାଇଁ ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଥିଲେ ବି ବାସ୍ତବରେ କେଉଁଠି ଆଖିଦୃଶିଆ କାର୍ଯ୍ୟ ହୋଇଛି, ତାହା ସାଧାରଣ ଜନତା ବେଶ ଭଲ ଭାବେ ଜାଣିଛନ୍ତି । ପାଇପ ପାଣି ଯୋଗାଣ ଯୋଜନା, ପବ୍ଲିକ ପାର୍କ, ସିଟି ବସ୍ ଚଳାଚଳ ଆଦି ଯୋଜନା ଏବେ କେଉଁଠି ବୋଲି ନିର୍ବାଚନ ପ୍ରଚାରରେ ଆସୁଥିବା ବିଜେଡି ନେତାଙ୍କୁ ପଚାରିବାକୁ ଶ୍ରୀ ପୂଜାରୀ ବାଲେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମିଥ୍ୟା ପ୍ରତଶ୍ରୁତି ଦେଇ କୋଟିକୋଟି ଟଙ୍କା ଲୁଟି ଚାଲିଥିବା ଦଳର ପ୍ରାର୍ଥୀଙ୍କୁ ଏହି ନିର୍ବାଚନ ମାଧ୍ୟମରେ ଉଚିତ ଜବାବ ଦେବାକୁ ସେ ସମସ୍ତଙ୍କୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault