ହେଡଲାଇନସ୍:

ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛି ଶାସକ ବିଜେଡି :ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱରଠାରେ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିି ଉଲ୍ଲଘଂନ କରିବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର(ଶାସକ ପ୍ରଶାସକ) :ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି । ସରକାରୀ କଳକୁ ବ୍ୟବହାର କରି ବିଜେଡି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛି, ଯାହାକି ସଂପୂର୍ଣ୍ଣଭାବେ ବେନିୟମ ଓ ବେଆଇନ । ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । 

ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇ ବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ ଏବଂ ନଳକୂପ ଖନନ ଆଦି କାର୍ଯ୍ୟ ଚାଲୁ ରଖିଛି । ଶ୍ରୀରାମପୁର ଗ୍ରାମ ପଂଚାୟତର ମତଦାତାଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଏକ ନୂଆ ବିଦୁ୍ୟତ ଟ୍ରାନ୍ସଫରମର ଲଗାଯାଇଛି । ମାଛଡିହ, ନିମା, ଖିରାମ, ସତାର, ପୁରନ, ଗୁଣ୍ଡୁରିପଡା, ଖଦି କପଡା, ଗରାଡିହ ଓ ଶ୍ରୀରାମ ପୁର ଗ୍ରାମରେ ରାସ୍ତାକାମ କରିବା ପାଇଁ ମୋରମ ପକାଯାଇଛି । ଗତ ଦୁଇ ଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ  ସଂଯୋଗ କରାଯାଇଛି । ବାଲେଶ୍ୱର ନେସ୍କୋ ଜୋନ୍ ରେ ବିଦ୍ୟୁତ  କର୍ମଚାରୀ ମହାସଙ୍ଘ ଯାହା ବିଜୁ ଶ୍ରମିକ ସାମୁଖ୍ୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ତାହାର ଏକ ଅଫିସ ଶାଖା ଗତ ୧୭ ତାରିଖ ଦିନ ଉଦ୍ଘାଟନ କରାଯାଇଛି । ଏହି ସମସ୍ତ କାର୍ଯ୍ୟ କରି ଶାସକ ବିଜେଡି  ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରିଛି । 

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବାକୁ ପ୍ରତିନିଧୀ ଦଳ ଦାବୀ କରିଛି । ଏହି ସମସ୍ତ ବେଆଇନ କାର୍ଯ୍ୟର ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି ।  

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଡ.ଯତୀନ ମହାନ୍ତି ଏବଂ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

 

0
0
0
s2sdefault