ହେଡଲାଇନସ୍:

ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଶାସକ ପ୍ରଶାସକ): କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲାକୁମାରଙ୍କ ଓଡ଼ିଶା ଗସ୍ତକାଳରେ ଦଳର ଜିଲ୍ଲାସ୍ତରୀୟ କମିଟି ଗଠନ ସାଙ୍ଗକୁ କର୍ମକର୍ତ୍ତା ଚୟନ କାର୍ଯ୍ୟ ଜୋରଦାର ହୋଇଛି । ତେବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ସଂଜୀବ ଗିରିଙ୍କ ଦାୟିତ୍ୱ ଅର୍ପଣକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସୀର ମାହଲ ଦେଖିବାକୁ ମିଳିଛି । ଦାୟିତ୍ୱ ଗ୍ରହଣ ସହ ଜିଲ୍ଲାର ସଂଗଠନ ସାଙ୍ଗକୁ ବିକାଶ ଧାରାକୁ ଆଗକୁ ନେବା କୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ଗିରି ପ୍ରକାଶ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଗିରି ଯୋଗ ଦେଇ ତାଙ୍କୁ ଜିଲ୍ଲାର ସଭାପତି ଭାବେ ମନୋନୀତ କରାଯିବାକୁ ନେଇ ସେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ବାଲେଶ୍ୱର ଜିଲ୍ଲାର ବିକାଶ କେବଳ କଂଗ୍ରେସ ଶାସନକାଳରେ ଅଧିକ ହୋଇଥିବା ସେ କହିଥିଲେ । ବାଲେଶ୍ୱର ସଦରରେ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବେଳେ ହୋଇଥିବା ବିକାଶ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିନାହିଁ । ସମ୍ପ୍ରତି ବିଜେପି ଓ ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକ ସମର୍ଥନ ନେଇ ଚାଲିଛନ୍ତି । ବିଜେଡି ମାଆକୁ ସମ୍ମାନ ଓ ଗାଁକୁ କାମ ଦେଉଥିବା ନେଇ ଡିଣ୍ଡିମ ପିଟୁଥିଲେ ବି ପ୍ରକୃତରେ କଂଗ୍ରେସ  ଏହାର ଉଦାହରଣ ହୋଇପାରିଛି । ଚଳିତ ନିର୍ବାଚନରେ ଜଣେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା କରାଇ କଂଗ୍ରେସ ନାରୀକୁ ଉଚିତ ସମ୍ମାନ ଦେଇ ପାରିଛି ବୋଲି ଶ୍ରୀ ଗିରି କହିଥିଲେ । କଂଗ୍ରେସ ପ୍ରାର୍ଥୀ ଜିତିବାରେ ହିଁ ବାଲେଶ୍ୱରରେ ପ୍ରକୃତ ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଅତଏବେ ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀର ବିକାଶକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଅଧିକ ଭୋଟ ଦେଇ ନିର୍ବାଚିତ ପାଇଁ ଶ୍ରୀ ଗିରିଙ୍କ ସମେତ ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ନିବେଦନ କରିଛନ୍ତି ।   

 

0
0
0
s2sdefault