ହେଡଲାଇନସ୍:

ଟିକଟ ପାଇନୁ ଵୋଲି ଉଣା ନାହିଁ ମନ : ସଫେଇ ଦେଲେ ରବି ଓ ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର: ଯେତେ ଲୁଚେଇଲେ ବାଲେଶ୍ୱର ବିଜେଡିରେ ଭିତିରି ଅସନ୍ତୋଷ ପଦାକୁ ଆସିଯାଉଛି ସାମାଜିକ ଗଣମାଧ୍ୟମରେ । କିଛି ନେତା ବି ଜାଣି ଶୁଣି ଏଭଳି ଖବର ବି ସାମାଜିକ ଗଣମାଧ୍ୟମରେ ପ୍ରାୟୋଜିତ ଭାବେ କରାଉଛନ୍ତି | କେତେ ବେଳେ ରବି ଜେନାଙ୍କୁ ନେଇ ବାହାରୁଛି ତ କେତେବେଳେ ଆଲୋକ ସାହୁଙ୍କୁ ନେଇ ପୁଣି ଆଉ କେତେବେଳେ ଜୀବନ ଦାଶଂକୁ ନେଇ | ଆଉ ଏଇଥିପାଇଁ  ଦଳରେ ଟିକେଟ୍ ପାଇବା ଜନିତ କନ୍ଦଳ ନାହିଁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ମିଡିଆ ଆଗରେ ସଫେଇ ଦେବାକୁ ପଡ଼ୁଛି । ସୋସିଆଲ ମିଡିଆରେ ଏମିଟି ଚର୍ଚା ହେଉଛି ଯେ ବାଧ୍ୟ ହୋଇ ବିଜେଡି ନେତାଙ୍କୁ ସଫେଇ ଦେବାକୁ ପଡୁଛି |  ନିକଟ ଅତୀତରେ ବାଲେଶ୍ୱରର ପୂର୍ବତନ ପୌରପାଳ ଆଲୋକ ସାହୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ‘ସେ ବିଜେଡିରେ ଅଛନ୍ତି’ ବୋଲି ସ୍ପଷ୍ଟୀକରଣ ରଖିବା ଭଳି ଆଜି  ଶେଷରେ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ମିଡିଆ ଆଗରେ ମୁହଁ ଖୋଲି  ଚଳିତ ନିର୍ବାଚନରେ ସେମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ ବୋଲି ସଫେଇରେ କହିଛନ୍ତିି । ରାଜ୍ୟ ଆଇନ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ଦାଶ ଯୋଗଦେଇ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ନିର୍ବାଚନରେ ସେମାନଙ୍କ କାର୍ଯ୍ୟଧାରାକୁ ସନ୍ଦେହ କରି ସୋସିଆଲ ମିଡିଆ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଥିବା ଖବରର କୌଣସି ବାସ୍ତବତା ନଥିବା ସେମାନେ ପ୍ରକାଶ କରିଛନ୍ତି । ବିଜେଡି ଭଳି ଶୃଙ୍ଖଳିତ ରାଜନୈତିକ ଦଳରେ ଥାଇ ସେମାନେ କେବେ ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ । ଅନ୍ୟପକ୍ଷରେ ଚଳିତ ଉପ-ନିର୍ବାଚନରେ ଟିକେଟ୍ ନ ପାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଉ ନିରାଶ ବା ବିଦ୍ୱେଷ ଭାବ ନାହିଁ । ଏବେ ଦଳୀୟ ମୁଖ୍ୟଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ତାଙ୍କରି ନିର୍ଦ୍ଦେଶ  କ୍ରମେ ସେମାନେ ଶୃଙ୍ଖଳିତ କର୍ମୀଙ୍କ ଭଳି ଉପ-ନିର୍ବାଚନର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ଜିଲ୍ଲା ସଭାପତି ଶ୍ରୀ ଜେନା ଓ ପୂର୍ବତନ ବିଧାୟକ ଶ୍ରୀ ଦାଶ କହିଛନ୍ତି । “

ଅନ୍ୟପକ୍ଷରେ  ଦିବଂଗତ ସଦର ବିଧାୟକଙ୍କ ଅପାରଗତା ଯୋଗୁଁ ବାଲେଶ୍ୱର ପୌରାଞ୍ଚଳରେ ଦେଢ଼ବର୍ଷ ଧରି ବିକାଶ ଠପ୍ ହୋଇଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ ଆରୋପ ଉଠାଇଥିଲେ । ସହରବାସୀ ଆଉ କାହା କଥାରେ ନ ଭୁଲି ଲୋକପ୍ରିୟ  ମୁଖ୍ୟମନ୍ତ୍ରୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ ବିଜୟ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

 

0
0
0
s2sdefault