ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୁବ କଂଗ୍ରେସର ଯୋରଦାର ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ : "ବଗଲା ଧରମସାଲା ଜମିନ୍ ଲୁଟଲିଏ ନବୀନ ବାବୁ ..ଗୋ ବ୍ୟାକ୍" । ଏପରି ଶ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରିଥିଲା ପୁରୀ ଯୁବ କଂଗ୍ରେସ । ତିନୋଟି ଅଲଗା ଅଲଗା ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୋଯନାବଦ୍ଧ ଭାବେ ବିରୋଧ କରିଥିଲା ଯୁବ କଂଗ୍ରେସ । ବଗଲା ଜମି ଦୁର୍ନୀତି ପ୍ରତିବାଦ କରି ନବୀନ ପଟ୍ଟନାୟକଙ୍କୁ କଳା ପତାକା ଦେଖାଇ ବହୁ ଯୁବ କଂଗ୍ରେସ କର୍ମୀ ମାନେ ଗିରଫ । 

ଶନିବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସିଥିଲେ । ସାଙ୍ଗରେ ଭିକେ ପାଣ୍ଡିଆନ ବି ଥିଲେ । ପୁରୀ ଅଠରନଳାରେ ଯୁବ କଂଗ୍ରେସ କର୍ମୀଙ୍କ କଳା ପତାକା ପ୍ରଦର୍ଶନରେ ବେସ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା  କରିବାକୁ ପଡିଥିଲା । ପରେ ମାଉସି ମାଆ ମନ୍ଦିର ପାଖରେ ୨ୟ ଥର  ବିରୋଧ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ନେତା ସୁଜିତ ମହାପାତ୍ର,  ଯୁବ କଂଗ୍ରେସ ଜିଲ୍ଲା ସଭାପତି  ପ୍ରେମଜିତ ମହାନ୍ତି,  ବିଶ୍ୱନାଥ ଦାଶ, ରାମଚନ୍ଦ୍ର ସାହୁ ସମେତ ବହୁ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ସେତିକିରେ ସରିନଥିଲା ବିରୋଧ ପ୍ରଦର୍ଶନ ।

ମୁଖ୍ୟମନ୍ତ୍ରୀଙ୍କ ଫେରିବା ବାଟରେ ମାର୍କେଟ ଛକ ଠାରେ ୩ୟ ଥର ପାଇଁ  ଯୁବ କଂଗ୍ରେସ ନେତା ସ୍ୱାଧିନ ପଣ୍ଡା ଓ କର୍ମୀମାନେ "ବଗଲା ଧରମସାଲା ଜମିନ୍ ଲୁଟଲିଏ ... ନବୀନ ବାବୁ ଗୋ ବ୍ୟାକ୍"ର ନାରା ଦେଇ ଯୋରଦାର ବିରୋଧ କରିଥିଲେ । ତିନି ତିନିଥର ବିରୋଧ ପ୍ରଦର୍ଶନ ବିଚଳିତ କରିଥିଲା ୫ଟି ସଚିବ ଭିକେ ପିଣ୍ଡିଆନଙ୍କୁ । ଅସ୍ଥିର ହୋଇ ଶେଷରେ ସେ ନିଜେ ଗାଡିରୁ ଓହ୍ଲାଇ ପଡିଥିଲେ ।  ଯୁବ କଂଗ୍ରେସର ଏପରି ଷ୍ଟ୍ରାଟେଜିକାଲ ବିରୋଧ ପୋଲିସର ବି ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । 

ସୂଚନା ଥାଉ କି ଯେ ଶୁକ୍ରବାର ନବୀନଙ୍କ ଜନ୍ମ ଦିନ ଥିଲା । ପ୍ରତିବର୍ଷ ନିଜ ଜନ୍ମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ହେଲେ ଏଥର କୌଣସି କାରଣ ବଶତଃ ଆସିପାରିନଥିଲେ । ତେଣୁ ଶନିବାର ପୁରୀ ଆସି ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ ମୁଖ୍ୟମନ୍ତ୍ରୀ  ।  ଏହି ଅବସରରେ ସେ ଶ୍ରୀମନ୍ଦିର ଚାରିପଟୁ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ବୁଲି ଦେଖିଥିଲେ ।

0
0
0
s2sdefault