ହେଡଲାଇନସ୍:

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ଶ୍ରୀମତୀ ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆବଶ୍ୟକ ପଡିଲେ ମଧ୍ୟ ଏଭଳି ସିଲ୍‍ କରାଯିବ । ତେଣୁ ଏହା ଉପରେ ମତ ଦେବା ଆଦୌ ସମୀଚିନ ନୁହେଁ । 

ବିଜେପି, ବିଜେଡି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳକୁ ଦେଖି କରୋନା ସଂକ୍ରମିତ କରେ ନାହିଁ । ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରୁଦ୍ଧରେ ଏକଜୁଟ ହୋଇ ଲଢେଇ କରିବାର ଅଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

 

0
0
0
s2sdefault