ହେଡଲାଇନସ୍:

ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲ୍ଲା କୁମାରଙ୍କ ୬ ଦିନିଆ ଓଡିଶା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର  – ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲ୍ଲା କୁମାର ଆସନ୍ତାକାଲି ମଙ୍ଗଳବାର ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସିଧା ପୁରୀ ଅଭିମୁଖେ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱରରେ ରାତ୍ରୀଯାପନ କରିବେ । ୭ ଅକ୍ଟୋବର ବୁଧବାର ଦିବା ୧୦ ଘଟିକାରେ କଂଗ୍ରେସ ଭବନଠାରେ ଡ. କୁମାରଙ୍କୁ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ପ୍ରାକ୍ତନ ସଭାପତି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିରୋଧିଦଳ ନେତା, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଗୋଟି ଗୋଟି କରି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ଘ.୬.୩୦ ମି. ସମୟରେ ଡ. କୁମାର ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେବେ । ୮ ଅକ୍ଟୋବର ଗୁରୁବାର ଦିନ ଦିବା ୯ ଘଟିକାରୁ ୧୦ ଘଟିକା ମଧ୍ୟରେ ବାକି ରହିଯାଇଥିବା ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀମାନଙ୍କୁ ସାକ୍ଷାତ ପରେ ଜଗତସିଂହପୁର ଜିଲ୍‌ଲା ବିରିଡି ବ୍ଲକ ଗସ୍ତ କରି ୧୧.୩୦ ମି. ସମୟରେ ତିର୍ତୋଲ ବିଧାନସଭା ଉପନିର୍ବାଚନ ଉପଲକ୍ଷେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ଘ.୩.୩୦ ସମୟରେ କଟକ ସମାଜ କାର୍ଯ୍ୟାଳୟରେ ପହଂଚି ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଅପରାହ୍ନ ଘ.୪.୩୦ ମି.ରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ବାକି ରହିଯାଇଥିବା ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୯ ଅକ୍ଟୋବର ଶୁକ୍ରବାର କଂଗ୍ରେସ ଭବନରେ ଦିବା ଘ.୯.୨୦ ମିନିଟ୍‌ରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. ୧୦.୦୫ ମିନିଟ୍‌ରୁ ଘ.୧୦.୩୫ ମିନିଟ୍ ରାଜ୍ୟ ଓ ଜିଲ୍ଲା ଛାତ୍ର କଂଗ୍ରେସ ନେତୃମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା, ଘ.୧୦.୪୦ ମିନିଟ୍‌ରୁ ଘ.୧୧.୧୦ ମିନିଟ୍ ରାଜ୍ୟ ଓ ଜିଲ୍ଲା ସେବାଦଳର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୧୧.୧୫ ରୁ ଘ.୧୧.୪୫ମିନିଟ୍ ରାଜ୍ୟ ଓ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀମାନଙ୍କ ସହ ସାକ୍ଷାତ ଆଲୋଚନା, ଘ.୧୧.୫୦ ମିନିଟ୍‌ରୁ ଘ.୧୨.୧୦ ମିନିଟ୍ ରାଜ୍ୟ ଓ ଜିଲ୍ଲା ଆଇ.ଏନ୍‌.ଟି.ୟୁ.ସି. ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ. ୧୨.୧୨ ମି.ରୁ ଘ.୧୨.୪୦ ମି. ପର୍ଯ୍ୟନ୍ତ ପିସିସି ପ୍ରଶିକ୍ଷଣ ପ୍ରଭାରୀ ଓ ସଂଯୋଜକଗଣଙ୍କ ସହ ଆଲୋଚନା, ଘ.୧୨.୪୧ ମି.ରୁ ଘ.୧.୦୩ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲାର କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ.୦୧.୦୫ ମି.ରୁ ଘ.୧.୨୦ ମିନିଟ୍ ରାଜ୍ୟ ଓ ଜିଲ୍ଲା ଦଳିତ ସେଲ୍ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ଘ.୩.୫୦ ମି. ରେ କଂଗ୍ରେସ ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଡ. ଏ. ଚେଲ୍ଲାକୁମାର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ପୁନର୍ବାର ୫ ଘଟିକାରୁ ଘ.୫.୨୦ ମିନିଟ୍ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଦିବାସୀ ସେଲ୍ ସଭାପତି ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୫.୨୫ ମି.ରୁ ଘ.୫.୪୫ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ସନ୍ଧ୍ୟା ଘ.୫.୫୦ ମି.ରୁ ଘ.୬.୦୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ସନ୍ଧ୍ୟା ଘ.୬.୧୦ ମି.ରୁ ଘ.୬.୨୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ପଛୁଆବର୍ଗ ବିଭାଗ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ୬.୩୦ ମିନିଟ୍‌ରୁ ଘ.୬.୫୦ ମିନିଟ୍ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ.୬.୫୫ ମି. ରୁ ଘ.୭.୧୦ ମି. ପର୍ଯ୍ୟନ୍ତ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର କର୍ମକର୍ତାଙ୍କ ସହ ଆଲୋଚନା, ଘ. ୭.୧୫ ମି.ରୁ ଘ.୭.୩୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଇନ୍‌ଜୀବୀ କଂଗ୍ରେସ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. ୭.୪୦ ମି.ରୁ ଘ.୮.୦୦ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମାନବିକ ଅଧିକାର କଂଗ୍ରେସ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୮.୦୨ ମି.ରୁ ଘ.୮.୧୨ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଅଣସଂଗଠିତ ଶ୍ରମିକ କଂଗ୍ରେସ କର୍ମକର୍ତାଙ୍କ ସହ ଆଲୋଚନା ଥିବା ବେଳେ ଘ.୮.୧୩ ମି. ରୁ ଘ.୮.୨୩ ମି. ପର୍ଯ୍ୟନ୍ତ ରିସର୍ଚ କଂଗ୍ରେସର କର୍ମକର୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ୧୦ ଅକ୍ଟୋବର ଶନିବାର ଡ. କୁମାର ବାଲେଶ୍ୱର ଅଭିମୁଖେ ଗସ୍ତ କରି କିଷାନ ବଚାଓ ରାଲି ଓ ଭାରେ ଯୋଗଦେବା ସହ ବାଲେଶ୍ୱର ସଦର ଉପନିର୍ବାଚନ ବୈଠକରେ ଯୋଗଦେଇ ଭୁବନେଶ୍ୱରରେ ରାତ୍ରିଯାପନ ସହ ୧୧ ତାରିଖ ସକାଳ ୯ଘଟିକା ୪୦ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଗଣମାଧ୍ୟମ ବନ୍ଧୁମାନଙ୍କୁ ଅବଗତ କରାଯାଉଛି । କୋଭିଡ୍ ୧୯ ର ସମସ୍ତ ନିୟମକୁ ଅନୁପାଳନ କରି ନିର୍ଦ୍ଦିଷ୍ଟ ସମୟରେ ଯୋଗଦେଇ କାର୍ଯ୍ୟକ୍ରମ ସମାପନ ସହ ଭିଡରୁ ନିବୃତ ରହିବାକୁ ନିବେଦନ କରାଯାଉଛି ।

0
0
0
s2sdefault