ହେଡଲାଇନସ୍:

ବିଜୁ ଯୁବଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ୪୧ ୟୁନିଟ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ)  : ବିଜୁ ଜନତା ଦଳର ମୋ ପରିବାର ଆନୁକୁଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ରେ ନୂଆପଡା ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ମାଧ୍ୟମରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । 

ପ୍ରାପ୍ତ ସୂଚନା ମୁତାବକ ଦେଶରେ ଲାଗି ରହିଥିବା କରୋନା ମହାମାରି କାରଣରୁ  ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ କୁ ଦୁର କରିବା ପାଇଁ ବିଜୁ ଜନତା ଦଳପକ୍ଷରୁ ମୋ ପରିବାର କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଜିବନବିନ୍ଦୁ ଜରିଆରେ ସମଗ୍ର ରାଜ୍ୟରେ ରକ୍ତଦାନ ଶିବିର ମାନ ଆୟୋଜନ କରାଯାଉଛି । ସଂପ୍ରତି ନିକଟ ଅତିତରେ ବିଜୁ ଯୁବ ଜନତାଦଳର ସାଂଗଠନିକ  ପରିବର୍ତ୍ତନ ପରେ ନୂଆପଡା ଜିଲ୍ଲା ବିଜୁ ଯୁବଜନତା ଦଳର ସଭାପତି ରୁପେ ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ)ଙ୍କୁ ମନୋନୟନ କରାଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ଚୟନ ପରେ ପ୍ରଥମ ସାଂଗଠନିକ କାର୍ଯ୍ୟରୁପେ ଟିଟୁ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନସ୍ଥ ରେଡକ୍ରସ ରକ୍ତଭଣ୍ଡାର କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଶିବିରକୁ ନୂଆପଡା ବିଧାୟକ ତଥା ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁଜନତା ଦଳର ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ବିଜୁଜନତା ଦଳର ରାଜ୍ୟ ସହ ସମ୍ପାଦକ ଅବନି ରଞ୍ଜନ ଜୋଷି,  ଯୁବ ଅଧିବକ୍ତା କ୍ଷିତିଶ ଅଶୋକ ବୋଧନକର ଯୁବନେତା ନିଶାନ୍ତ କୁମାର ଡାଗା ପ୍ରମୁଖ ଉପସ୍ଥିତ ଥିଲେ ଆଜିର ଏହି ରକ୍ତଦାନ ଶିବିରରେ  ନୂଆପଡା ରକ୍ତଭଣ୍ଡାର ଅଧିକାରି ଡା. ଲଳିତ ମୋହନ ବିଶି ଓ ତାଙ୍କର କର୍ମଚାରୀ ମାନେ କରୋନା କୁ ଖାତିର ନକରି ରକ୍ତଦାନ ଶିବିର ଆୟୋଜନରେ ସହଯୋଗ କରିଥିଲେ । ଏହି ଶିବିରରେ  ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।  ଆଜିର ଏହି ଶିବିରକୁ ସଫଳ କରିବାରେ ନାରାୟଣ ସାହୁ,ଟେକରାମ ସାହୁ,ନିତା ବାଗ,ବିକାଶ ତାଣ୍ଡି, ସୋନୁ ଠାକୁର, ତାରାସିଂ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault