ହେଡଲାଇନସ୍:

ପର୍ଯ୍ୟଟନ ସ୍ଥଳୀରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉ - ଶାନ୍ତନୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବାଦଳଗିରି ଜଳପ୍ରପାତରେ ଦୁଇ ଜଣ ଇଞ୍ଜିନିଅରିଂ ଛାତ୍ର ମୃତ୍ୟବରଣ କରିଥିବା ଘଟଣା ମନରୁ ଲିଭିନଥିବା ବେଳେ ଗତକାଲି ଲହୁଣୀପଡା ବ୍ଲକ ଅନ୍ତର୍ଗତ ବିରତୋଳା ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଭୋଜି କରିବାକୁ ଆସିଥିବା ଦୁଇଜଣ ଛାତ୍ର ବୁଡ଼ିଯାଇ ମୃତ୍ୟବରଣ କରିବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ | ଏଭଳି ଦୁର୍ଘଟଣା ଓ ଜୀବନହାନୀ ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଅପରିପକ୍ୱତାକୁ ସେ ଦାୟୀ କରିଥିବା ବେଳେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦାବୀ କରିଛନ୍ତି |

ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ବଣାଇ ଉପଖଣ୍ଡରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଷ ରହିଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରର ଲୋକମାନଙ୍କ  ଏଠାକୁ ଚଳପ୍ରଚଳ ଲାଗି ରହିଥାଏ | ଯଦିଓ ସମସ୍ତ ପର୍ୟଟନସ୍ଥଳୀ ସରକାରୀ ସ୍ୱୀକୃତ ନୁହେଁ ତଥାପି  ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଏଭଳି ଜୀବନହାନୀ ହେଉଛି | ତାଛଡା ଯେତେବେଳେ ବାଦଳଗିରି ଜଳପ୍ରପାତରେ ଦୁଇଜଣ ଯୁବକ ପ୍ରାଣ ହରାଇଲେ ସେତେବେଳେ ଉପଖଣ୍ଡ ପୋଲିସ ଓ ପ୍ରଶାସନ ପକ୍ଷରୁ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ମଧ୍ୟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଥିଲା |ତେଣୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉ ବୋଲି ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି |

0
0
0
s2sdefault