ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଓ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆ

ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର  – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଗଠିତ ହୋଇଥିବା ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆଙ୍କ ସମେତ ନବନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ ଭାବରେ ଏହି ନୂଆ ଟିମରେ ୪ ଓଡିଆଙ୍କୁ ସାମିଲ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ବିଜେପିର ଏହି ଟିମରେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଶ୍ରୀ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଏବଂ ଶ୍ରୀ ସମ୍ବିତ୍ ପାତ୍ର ଓ ଶ୍ରୀମତି ଅପରାଜିତା ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବରେ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି । 

 

 

0
0
0
s2sdefault