ହେଡଲାଇନସ୍:

ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ହିରାଲାଲ ବେହେରା ମନୋନୀତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ବିଜୁ ଯୁବ ଜନତା ଦଳ ର ରାଜ୍ୟ କର୍ମକର୍ତ୍ତା ଙ୍କ ନାମ ଆଜି ଘୋଷଣା ହୋଇଛି l ଏହି ଅବସରରେ ସମ୍ବଲପୁର ର ସକ୍ରିୟ ଯୁବ ନେତା ହୀରାଲାଲ ବେହେରା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି  l ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତି ରୁ ସକ୍ରିୟ ରାଜନୀତି ରେ ଯୋଗଦାନ କରି ଥିବା ହିରା ଲାଲ ବେହେରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର ସହ ସମ୍ପାଦକ, ଧନକଉଡ଼ା ପଂଚାୟତ ସମିତି ସଂକର୍ମl ପଂଚାୟତ ର ସମିତି ସଭ୍ୟ, ଜ଼ିଲ୍ଲା ବିଜୁ ଯୁବ ଜନତା ଦଳ ର ସମ୍ପାଦକ, ରାଜ୍ୟ ପରିଷଦ ସଭ୍ୟ ପ୍ରଭୁତି ଅନେକ ଦଳୀୟ ଦାୟିତ୍ୱ ସଫଳତା ର ସହିତ ନିର୍ବାହ କରିଛନ୍ତି l ଏହା ସହିତ ଧନକଉଡ଼ା ଉଚ୍ଚ ବିଦ୍ୟାଳୟ, ରତ୍ନାକର ବେହେରା ଯୁବକ ସଂଘ, ଧନକଉଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ଅନେକ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭ୍ୟ ଭାବରେ ଅନେକ କାର୍ଯ୍ୟ କରିଛନ୍ତି l ତତ୍ କାଳୀନ ସମ୍ବଲପୁର ଲୋକସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ କାର୍ଯ୍ୟକାଳ ସମୟରେ ସାଂସଦ ଶ୍ରୀ ଆଚାର୍ଯ୍ୟ ଙ୍କ ଜ଼ିଲ୍ଲା ପ୍ରତିନିଧି ଏବଂ ବ୍ଲକ ପ୍ରତିନିଧି ଏବଂ ପରବର୍ତ୍ତୀ ସମୟରେ ଶ୍ରୀ ଆଚାର୍ଯ୍ୟ ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ସମୟରେ ରାଜ୍ୟ ବ୍ୟାପୀ ଦଳୀୟ ସଙ୍ଗଠନ କୁ ସୁଦୃଢ କରିଥିଲେ l ବରଗଡ ଉପ ନିର୍ବାଚନ, ରେଢ଼ାଖୋଲ ଉପ-ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନ ଦଳୀୟ ପ୍ରାଥୀ ଙ୍କୁ ବିଜୟୀ କରାଇବା ରେ ଶ୍ରୀ ହୀରାଲାଲ ବେହେରା ଙ୍କ ଦଳୀୟ ପ୍ରାଥୀ ଙ୍କ ସପକ୍ଷରେ ପ୍ରଚାର ବେଶ ସହାୟକ ହୋଇଥିଲା l 

ଏହା ସହିତ ସିନ୍ଧୋଲ ସଂଘର୍ଷ ସମିତି ର ଆବାହକ, ରତ୍ନା କର ବେହେରା ଯୁବକ ସଂଘ ର ସମ୍ପାଦକ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ସମିତି ର ସଭ୍ୟ, ସମ୍ବଲପୁର ଜ଼ିଲ୍ଲା ବିଡି କାରିଗର ସଂଘ ର ଉପ ସଭାପତି, ଧନକଉଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ର ସଭ୍ୟ, ଜ଼ିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସଭ୍ୟ ଆଦି ଅନେକ ଗୁରୁତ୍ୱପୂର୍ଣ ପଦ ପଦବୀ ରେ ରହିଆସିଛନ୍ତି l ପୂର୍ବତନ ଲୋକ ସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଙ୍କ ବ୍ଲକ ପ୍ରତିନିଧି ଭାବରେ ଚିର ଅବହେଳିତ କୁଦଗୁଣ୍ଡେରପୁର କୁ ସାଂସଦ ଆଦର୍ଶ ଗ୍ରାମ ରେ ପରିଣତ କରି ପଂଚାୟତ କୁ ବହୁ ବିଧ ବିକାଶ ରେ ଆଗେଇ ନେବାରେ ଶ୍ରୀ ବେହେରା ଙ୍କ ପ୍ରମୁଖ ଭୂମିକା ରହିଛି l

           ଆଜିକାର ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଘୋଷଣା ପରେ ହିରଲାଲ ବେହେରା ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଅଶେଷ  ଧନ୍ୟବାଦ ଜ୍ଞାପନ କରିଛନ୍ତି l ଏହା ସହିତ ଦଳୀୟ ରାଜ୍ୟ ସମ୍ପାଦକ (ସାଙ୍ଗଠନିକ) ପ୍ରଣବ ପ୍ରକାଶ ଦାସ, ଦଳୀୟ ରାଜ୍ୟ ବରିଷ୍ଠ ଉପ ସଭାପତି ତଥା ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ସମ୍ପାଦକ ( ଦଳୀୟ କାର୍ଯ୍ୟାଳୟ), ସଞ୍ଜୟ ଦାସ ବର୍ମା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ପ୍ରତାପ ଦେବ, ବିଧାୟକ କିଶୋର ମହାନ୍ତି, ଉପ ମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ, ବିଧାୟକ କିଶୋର ନାୟକ, ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ, ପୁର୍ବତନ ବିଧାୟକ ରମେଶ ପଟୁଆ,  ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନ, ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ପ୍ରମୁଖ ଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି l

0
0
0
s2sdefault