ହେଡଲାଇନସ୍:

ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ପାଇଲେ ଡ଼. ସିଦ୍ଧାନ୍ତ ମହାନ୍ତି l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ସହିତ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା ହୋଇଛି। ସମ୍ବଲପୁର  ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ଥରେ ଡ଼. ସିଦ୍ଧାନ୍ତ ମହାନ୍ତି ପାଇଛନ୍ତି। ପୂର୍ବରୁ ଶ୍ରୀ ମହାନ୍ତି ଦଳର ଛାତ୍ର ସଙ୍ଗଠନ କୁ  ସମ୍ବଲପୁର ଜିଲ୍ଲାରେ ସୁଦୃଢ଼ କରି ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି। ତେଣୁ ପୁଣି ଥରେ ଦଳର ସଭାପତି ତାଙ୍କୁ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ ଅର୍ପଣ କରିଛନ୍ତି। ଶ୍ରୀ ମହାନ୍ତି ଏହି ପଦ ପାଇଲା ପରେ ସମ୍ବଲପୁର  ଜିଲ୍ଲାରେ ଖୁସି ର ଲହରୀ ଖେଳିଯାଇଛି। ବିଭିନ୍ନ ଅଂଚଳରୁ ଶ୍ରୀ ମହାନ୍ତି ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଶ୍ରୀ ମହାନ୍ତି " ଶାସକ ପ୍ରଶାସକ " କୁ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱ କୁ ସେ ପୂର୍ବଭଳି ସୁଚାରୁ ରୁପେ ସମ୍ପାଦନ କରି ବିଜୁ ଛାତ୍ର ଜନତା ଦଳକୁ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ l  ଛାତ୍ର  ଜନତା ଦଳ ର ଜ଼ିଲ୍ଲା ସଭାପତି ଘୋଷଣା ପରେ ଡ଼. ସିଦ୍ଧାନ୍ତ ମହାନ୍ତି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଏହା ସହିତ ଦଳୀୟ ରାଜ୍ୟ ସମ୍ପାଦକ (ସାଙ୍ଗଠନିକ) ପ୍ରଣବ ପ୍ରକାଶ ଦାସ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର ) ବିଧାୟକ  ଡ.  ବ୍ୟୋମ କେଶ ରାୟ ଏବଂ ଉପ ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ  ଇଂ. ରୋହିତ ପୂଜାରୀ ଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି l

0
0
0
s2sdefault