ହେଡଲାଇନସ୍:

ବିଜେପି ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ଏକାତ୍ମ ମାନବବାଦ୍ର ସ୍ରଷ୍ଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପଣ୍ଡିତ୍ ଦୀନଦୟାଲ ଉପଧ୍ୟାୟଜୀଙ୍କ ୧୦୫ ତମ ଜନ୍ମଜୟନ୍ତୀ
  • ଆଜିର ପବିତ୍ର ଦିବସରେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ୧୦
  • ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡିବାର ନିଷ୍ପତି
  • ଭୂବନେଶ୍ୱର ୟୁନିଟ ୪ ସ୍ଥିତ ମଙ୍ଗଳା ବସ୍ତିରେ ୧୦ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡାଗଲା
  • ରାଜ୍ୟର ସମସ୍ତ ବୁଥ୍ ସ୍ତରରେ ପଣ୍ଡିତ୍ ଦୀନଦୟାଲଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠାତା  ରାଷ୍ଟ୍ରୀୟ ସାଧାରଣ ସଂପାଦକ ପଣ୍ଡିତ୍ ଦୀନଦୟାଲଉପଧ୍ୟାୟଙ୍କ ଏକାତ୍ମ ମାନବବାଦ୍ ଦର୍ଶନକୁ ନିଜର ବୈଚାରିକ ସିଦ୍ଧାନ୍ତ ଭାବେ ଗ୍ରହଣ କରି ଭାରତୀୟ ଜନତା ପାର୍ଟୀ କାର୍ଯ୍ୟ କରିଆସୁଛିା ସମାଜର ସବୁଠୁ ତଳସ୍ତରରେ ବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଂଚାଇବାର ଦୀନଦୟାଲଜୀଙ୍କ ଅନ୍ତୋଦ୍ୟୟ ଯୋଜନାର ଚିନ୍ତାଧାରାକୁ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକାରୀ କରିବାର ପ୍ରୟାସ ଜାରି ରଖିଛନ୍ତି । ଆଜି ସେହି ମହାନ ଦୀନଦୟାଲଜୀଙ୍କ ୧୦୫ ତମ ଜନ୍ମଜୟନ୍ତୀ । ଏହି ଅବସରରେ ରାଜ୍ୟର ଅନେକ ସ୍ଥାନରେ ପାର୍ଟୀର କାର୍ଯ୍ୟକର୍ତାମାନେ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ କରିଛନ୍ତି । ଆଜି ଭୂବନେଶ୍ୱରଠାରେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ପଣ୍ଡିତ୍ ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଜି ଭଳି ଏହି ପବିତ୍ର ଦିବସରେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡିବାର ନିଷ୍ପତି ଗ୍ରହଣ କରାଯାଇଛି । ଆଜି ଭୂବନେଶ୍ୱରର ୟୁନିଟ-୪ ଅଂଚଳସ୍ଥିତ ମଙ୍ଗଳା ବସ୍ତିର ୧୦ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡାଯାଇଛି । ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ବସ୍ତିବାସିନ୍ଦାଙ୍କ ସହ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆଲୋଚନା କରିଛନ୍ତି । ବେଟି ବଚାଓ – ବେଟି ପଢାଓ ଯୋଜନାର ଅଂଶ ବିଶେଷ ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ୍ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ, ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକୀୟ ଅର୍ଥରାଶିକୁ ପୁରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଅର୍ଥ ସଂଚୟର ବ୍ୟବସ୍ଥା । ବର୍ଷକୁ ସର୍ବନିମ୍ନ ୨୫୦ ଟଙ୍କାରୁ ସର୍ବାଧିକ ୧,୫୦,୦୦୦ ଟଙ୍କା ଯେ କୈାଣସି ପୋଷ୍ଟ ଅଫିସ କିମ୍ବା ଅଧିକୃତ ବ୍ୟାଂକରେ ଜମା କରିପାରିବେ । ଝିଅର ୧୮ ବର୍ଷ ପରେ ତାର ଉଚ୍ଚଶିକ୍ଷା ପାଇଁ ସଂଚୟ ପରିମାଣର ୫୦ ପ୍ରତିଶତ ବ୍ୟବହାର କରିବାର ବ୍ୟବସ୍ଥା ଥିବାବେଳେ ୨୧ ବର୍ଷ ବୟସ ପରେ ତାର ବିବାହ ପାଇଁ ବଳକା ସଂଚୟ ଟଙ୍କା ବ୍ୟବହାର କରିପାରିବ । ଏହି ଯୋଜନା ମାଧ୍ୟମରେ ବିଶେଷ କରି ସ୍ୱଳ୍ପ ଓ ମଧ୍ୟ ଆୟ ବର୍ଗ ଏବଂ ଗରୀବ ପିତାମାତାମାନେ ବହୁ ଉପକୃତ ହୋଇପାରିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମୀରଂଜନ ମହାପାତ୍ର, ମହିଳା ମୋର୍ଚ୍ଚାର କସ୍ତୁରୀ ମିଶ୍ରୀ, ଶଶିପ୍ରଭା ରଥ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

0
0
0
s2sdefault