ହେଡଲାଇନସ୍:

ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି : ଟଙ୍କଧର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲାରେ ପାଉଁଶ ଗଦାକରି ପ୍ରଦୁଷଣ କିଏ କରୁଛି , ଜିଲ୍ଲାର ଛୋଟଛୋଟ ପିଲାଙ୍କୁ ଜଣା । ଜିଲ୍ଲାର କେଉଁ ନେତାଙ୍କ ଏଥିରେ ପ୍ରତେକ୍ଷ୍ୟ ଭୂମିକା ରହିଛି , ଝାରସୁଗୁଡା ଜିଲ୍ଲାବାସୀ ଭଲଭାବେ ଜାଣିଛନ୍ତି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଫାକ୍ସ ଫାଇଣ୍ଡି ଦଳ ଗତକାଲି ଝାରସୁଗୁଡା ସହର ଏବଂ ଏହାର ଆଖପାଖ ଅଂଚଳ ପରିଦର୍ଶନ କରିଥିଲେ । ଏହି ଟିମ୍ ଝାରସୁଗୁଡା ସମେତ ଏହାର ଆଖପାଖ ଲକ୍ଷ ଲକ୍ଷ ହେକ୍ଟର ଅଂଚଳରେ ବେଆଇନ ଭାବେ ଗଦା ହୋଇଥିବା ପାଉଁଶଗଦାକୁ ବୁଲି ଦେଖିଥିଲେ । ଏହି ଅବସରରେ ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ଟିମକୁ ଭେଟି ପାଇଁଶଜନିତ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଅଭିଯୋଗ କରିଥିଲେ ବୋଲି ଟିମ୍ର ସଦସ୍ୟ ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ।

ଝାରସୁଗୁଡା ସହର ଭିତରେ ତଥା ଏହାର ଆଖପାଖ ଅଂଚଳରେ ପାଉଁଶ ଗଦା ହେବା କାରଣରୁ କୃତ୍ରିମ ପାହାଡ ସୃଷ୍ଟି ହୋଇଯାଇଛି । ଉକ୍ତ ପାଉଁଶଗଦାର ପାଉଁଶ ଯାଇ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଣିରେ ମିଶୁଛି । ଯାହା ଫଳରେ ସ୍ଥାନୀୟ ଜନସାଧାରଣ ଅନେକ ଅସାଧ୍ୟ ରୋଗର ଶିକାର ହେଉଛନ୍ତି । ଚାଷଜମିକୁ ପାଉଁଶ ମାଡି ଯିବା ଦ୍ବାରା ଚାଷ ନଷ୍ଟ ହେଉଛି । ଅଭିଯୋଗ କରିଲେ , ତାକୁ ବିଭିନ୍ନ ପ୍ରକାରର ଧମକ ଦିଆଯାଉଛି । ପ୍ରଶାସନର ନାକ ତଳେ ଏଭଳି ସମସ୍ତ ପ୍ରକାର ବେଆଇନ କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ଏହି ପାଉଁଶ କିଏ ଗଦା କରୁଛି , ତାହା ଝାରସୁଗୁଡା ଜିଲ୍ଲାର ବୃଦ୍ଧବୃଦ୍ଧାଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନେ ଜାଣନ୍ତି । ବିଭିନ୍ନ କଂପାନୀରୁ ବିଶେଷ କରି ବେଦାନ୍ତ ଆଲୁମିନା କଂପାନୀରୁ ଏହି ପାଉଁଶ ବର୍ଜ୍ୟବସ୍ତୁର ପରିବହନ ଠିକା ନେଇ ସହର ଭିତରେ ଏହାର ଆଖପାଖରେ କିଏ ଗଦା କରୁଛି ? ଶାସକ ଦଳର କେଉଁ ନେତାଙ୍କ ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତି ଓ ହାତ ରହିଛି , ଏହା ସମସ୍ତଙ୍କୁ ଜଣା । ଶାସକ ଦଳର କାହାର ଚାପରେ ପ୍ରଶାସନ ତଥା ପ୍ରଦୂଷଣ ବିଭାଗ ଆଖି ଥାଇ ଅନ୍ଧ ଭଳି ବ୍ୟବହାର କରୁଛି , ଏହା ସମସ୍ତଙ୍କୁ ଜଣା । ଶାସକ ବିଜେଡିର କେଉଁ ନେତାମାନେ ଏହି ପରିବହନ କାମ କରୁଛନ୍ତି ଏବଂ କେଉଁମାନେ ଧମକାଉଛନ୍ତି , ତାହା ମଧ୍ୟ ଅସ୍ପଷ୍ଟ ନୁହେଁ । ସବୁ ଜାଣିଶୁଣି ନୀରବ ସାଜିବା ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଓ ବେଉସା ସହ ପ୍ରତାରଣା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀରତା ସହ ବିଚାରକୁ ନେଇଛି । ଏହି ପ୍ରତିନିଧି ଦଳ ସରଜମିନ୍ ତଦନ୍ତ କରି ଏହାର ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସଭାପତିଙ୍କୁ ଦାଖଲ କରିବ । ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ସ୍ଥାନୀୟ ବାସିନ୍ଦାଙ୍କ ସହ ଲଢେଇରେ ଠିଆ ହୋଇ ଏହାକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ପହଂଚାଇବ । ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଆନୁସଙ୍ଗିକ ସଂସ୍ଥା ପାଖରେ ଏହି ସମସ୍ୟାକୁ ଗମ୍ଭୀରତାର ସହ ଉପସ୍ଥାପନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେପି ସ୍ଥିର ହୋଇ ବସିବ ନାହିଁ । ରାଜ୍ୟ ସରକାରଙ୍କ ଝାରସୁଗୁଡାବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ବିଜେପିର ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବିଧାୟକ ନାଉରୀ ନାଏକ , କୁସୁମ ଟେଟେ , ଶଙ୍କର ଓରାମ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault