ହେଡଲାଇନସ୍:

“ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରିଛି ବିଜେପି: ସମୀର ମହାନ୍ତି ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ-୧୯ ସଂକଟ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କ ସେବା କାର୍ଯ୍ୟକୁ “ସେବା ହିଁ ସଂଗଠନ” ଇ-ବୁକ୍ ଉନ୍ମୋଚିତ

ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଗଂଜାମ ଜିଲ୍ଲାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଲେ ଇ-ବୁକ୍ ଉନ୍ମୋଚନ

ଭୁବନେଶ୍ୱର,(ଶାସକ ପ୍ରଶାସକ) : କୋଭିଡ୍-୧୯ ଜନିତ ଲକ୍ଡାଉନ ଓ ସଟ୍ଡାଉନ ସମୟରେ ‘ସେବା ହିଁ ସଂଗଠନ’କୁ ଅଧାର କରି ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ; ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ଆଦି କାର୍ଯ୍ୟ ନିଷ୍ଠାର ସହ ଦାୟୀତ୍ୱ ସଂପାଦନା କରିଥିଲେ । ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ସଂପାଦନା କରାଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ  ଅନୁଷ୍ଠିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକୁ ନେଇ ଜିଲ୍ଲା ସ୍ତରରେ ଇ-ବୁକ୍ ପ୍ରସ୍ତୁତ କରାଯାଇଛି । ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଗଂଜାମ ଜିଲ୍ଲା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଇ-ବୁକ୍ ଉନ୍ମୋଚନ କରିଥିଲେ । ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେପି କାର୍ଯ୍ୟକର୍ତାମାନେ “ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରି କାର୍ଯ୍ୟ କରୁଛନ୍ତି ବୋଲି ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ମହାମାରୀ କରୋନା ଭୂତାଣୁଜନିତ ଲକ୍ଡାଉନ ସମୟରେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟକୁ ଏହି ଇ-ବୁକ୍ ରେ ସ୍ଥାନିତ କରାଯାଇଛି ।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ବଳଭଦ୍ର ମାଝୀ, ରାଜ୍ୟ ଇ-ବୁକ୍ କମିଟିର ସଦସ୍ୟା ଓ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ଓ ଡ.ମୁକେଶ ମହାଲିଙ୍ଗ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା ଏବଂ ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault