ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ଭର୍ଚୁଆଲ ‘ବୁଦ୍ଧିଜୀବୀ ସମ୍ମିଳନୀ'ରେ କେନ୍ଦ୍ରମନ୍ତ୍ରୀ

• ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ରୂପ ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନ

• ସଂଗଠନ, ସମାଜ ଏବଂ ଦେଶକୁ ଭାରତୀୟତାର ବୈଚାରିକ ସୁଦୀର୍ଘ ପଥକୁ ଅଧିକ ପ୍ରଶସ୍ତ କରିବ

• ପ୍ରଧାନମନ୍ତ୍ରୀଙ୍କ ଚିନ୍ତନ ମାନବବାଦୀ ଏବଂ ବିଶ୍ୱ ବନ୍ଧୁତ୍ୱର ଦର୍ଶନ ଉପରେ ଆଧାରିତ

• ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଭାରତୀୟତାର ମୂଳ ବିଚାର ଓ ଅଧିଷ୍ଠାନର ଆଧାରରେ ହୋଇଥାଏ

• ପ୍ରଧାନମନ୍ତ୍ରୀଙ୍କ ୫ ଅଗଷ୍ଟ ଏବଂ ୧୫ ଅଗଷ୍ଟର ଭାଷଣ ଆଗାମୀ ଭବିଷ୍ୟତର ପ୍ରଗତି ପାଇଁ ଥିଲା

• ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ଓ ଦୂରଦୃଷ୍ଟିରେ ଭାରତ ପାଇଁ କିଛି କରିବାର ଦୃଢ଼ ଇଚ୍ଛାଶକ୍ତି ରହିଛି

• ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପକୁ ଟେକ୍ନୋଲୋଜି ଜରିଆରେ ବିଶ୍ୱ ଆଗରେ ଉପସ୍ଥାପନ କରିବାକୁ ଆହ୍ୱାନ

ଅନୁଗୁଳ/ଢେଙ୍କାନାଳ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଚାରିକ ଦର୍ଶନକୁ ସଠିକ୍ ଭାବେ ବୁଝିବା ସହ ଏହା ଉପରେ କେବଳ ଚର୍ଚ୍ଚା ଏବଂ ଚିନ୍ତନ କରିବା ପର୍ଯ୍ୟାପ୍ତ ହେବ ନାହିଁ  । ଏହା ଦ୍ୱାରା ଜନସାଧାରଣଙ୍କୁ ଆମ ସହ ଏକ ସୂତ୍ରରେ ଯୋଡ଼ି ଏହାକୁ ଜନ  ଆନ୍ଦୋଳନର ରୂପ ଦେବାକୁ ହେବ ଏବଂ ମୋଦିଙ୍କ ବ୍ୟକ୍ତିତ୍ୱର ପ୍ରଶାସନିକ, ରାଜନୈତିକ ଦିଗ ଉପରେ ନୁହେଁ ବରଂ ତାଙ୍କର ଦାର୍ଶନିକ, ବୈଚାରିକ ପ୍ରତିଷ୍ଠାନକୁ ଜନସାଧାରଣଙ୍କ ସହ ବାଣ୍ଟିବାକୁ ପଡ଼ିବ ବୋଲି ‘ସ୍ୱର ନୂଆ ଓଡିଶା' ପକ୍ଷରୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ‘ବୁଦ୍ଧିଜୀବୀ ସମ୍ମିଳନୀ'ରେ ଭିଡ଼ିଓ କନଫରେନ୍ସିଂରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତନ କୌଣସି ଆର୍ଥିକ କିମ୍ବା ସାମାଜିକ ମଡେଲ୍ ନୁହେଁ  । ଏହା ସ୍ପଷ୍ଟ ରୂପରେ ମାନବବାଦୀ ଏବଂ ବିଶ୍ୱ ବନ୍ଧୁତ୍ୱର ଦର୍ଶନ ଉପରେ ଆଧାରିତ ଚିନ୍ତନ  । ଏଥିରେ କେବଳ ଭାରତକୁ ଆତ୍ମନିର୍ଭର ହେବାରେ ସୀମିତ ରଖିବା ନୁହେଁ ବରଂ ବିଶ୍ୱ କଲ୍ୟାଣର ଦୂରଦୃଷ୍ଟି ରହିଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନକୁ ଜନ-ଜନ ପର୍ଯ୍ୟନ୍ତ ପହଞ୍ଚାଇବାର ତାତ୍ପର୍ଯ୍ୟ ହେଉଛି ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ରୂପ ଦେବ । ଏହାଦ୍ୱାରା କାର୍ଯ୍ୟକର୍ତ୍ତା, ସଂଗଠନ, ସମାଜ ଏବଂ ଦେଶକୁ ଭାରତୀୟତାର ବୈଚାରିକ ସୁଦୀର୍ଘ ପଥକୁ ଅଧିକ ପ୍ରଶସ୍ତ କରିବା ସେ କହିଛନ୍ତି ଭାରତର ମୂଳଦର୍ଶନ ହେଉଛି ଭାରତୀୟତା  । ଭାରତ ଏକ ଶାସ୍ୱତ ସଂସ୍କୃତିର ପ୍ରବାହ ଏବଂ ଏହି ସଂସ୍କୃତିର କିଛି ବିଚାର ଓ ଦର୍ଶନ ଦେଶର ସମାଜ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ  । ଏହି ସଂସ୍କୃତି ରାମାୟଣ ଏବଂ ମହାଭାରତ କାଳରୁ ଲାଗାତାର ଭାବେ ମାନବ ଜୀବନରେ ସଂସ୍କାର ଆଣୁଛି  । ଭାରତୀୟତାର ଦର୍ଶନକୁ ଅନେକ ମହାପୁରୁଷମାନେ ସେମାନଙ୍କ ବିଚାରଧାରାରେ ପ୍ରତିପାଦିତ କରିଛନ୍ତି । ଛତ୍ରପତି ଶିବାଜୀ,ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ମହର୍ଷି ଅରବିନ୍ଦ, ସୁଭାଷ ଚନ୍ଦ୍ର ବୋଷ, ଡା. ହେଡଗେୱାର, ଶ୍ୟାମାପ୍ରସାଦ ମୁଖାର୍ଜୀ, ପରମ ପୂଜନୀୟ ଶ୍ରୀ ଗୁରୁଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନରେ ଏହି ଏକାତ୍ମ ରୂପର ଦର୍ଶନ ମିଳେ  ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ଭାରତୀୟତାର ମୂଳ ବିଚାର ଓ ଅଧିଷ୍ଠାନର ଆଧାରରେ ହୋଇଥାଏ  । ସମାଜ, ରାଜନୀତି, ଧର୍ମ ଅଥବା ମାନବ ଜୀବନରେ କୌଣସି ବିଷୟରେ ତାଙ୍କ ମତର କେନ୍ଦ୍ରବିନ୍ଦୁ ଥାଏ; ଆମ ଭାରତୀୟତାର ମୂଳ ବିଚାର  । ୫ ଅଗଷ୍ଟରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା ଅବସରରେ ମୋଦିଙ୍କ ଭାଷଣ ଏବଂ ଚଳିତବର୍ଷର ଲାଲକିଲ୍ଲାରେ ୧୫ ଅଗଷ୍ଟର ଭାଷଣ ସାମାଜିକ ଅଥବା ରାଜନୈତିକ ଭାଷଣ ନଥିଲା ବରଂ ଆମର ଚିରନ୍ତନ ସଭ୍ୟତା ଏବଂ ଆଜିର ଆବଶ୍ୟକତାକୁ ଆଧାର କରି ଆଗାମୀ ଭବିଷ୍ୟତର ପ୍ରଗତି ପାଇଁ ଭାରତୀୟ ମୂଳ ବିଚାରରେ ଯୋଡ଼ିହେବାର ଅନନ୍ୟ ଦୃଷ୍ଟିଭଙ୍ଗୀ ଥିଲା  ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନିଜର ବୈଚାରିକ ଦର୍ଶନରେ ବିବିଧ ସଂସ୍କୃତିର ଅସ୍ତିତ୍ୱ ରଖି ସଭ୍ୟତା ମଧ୍ୟରେ ପରସ୍ପର ସମ୍ବାଦର ସୂତ୍ର ଦୁନିଆକୁ ଦେଉଛନ୍ତି । ଏହା ଅନାଦି ଅନନ୍ତ କାଳରୁ ଚାଲି ଆସିଥିବା ସତ୍ୟ ସନାତନ ଭାରତୀୟ ସଂସ୍କୃତିର ଅବିରଳ ଶାଶ୍ୱତ ପ୍ରବାହ ଅଟେ  । ଭାରତୀୟତାର ଏହି ପ୍ରଖର ଅଭିବ୍ୟକ୍ତିକୁ ବିଭିନ୍ନ ଦିଗରେ ଯଥା ବିଶ୍ୱ କଲ୍ୟାଣ, ଗରିବ କଲ୍ୟାଣ,ମହିଳା ସଶକ୍ତିକରଣ, ମାନବ କେନ୍ଦ୍ରୀକ ବୈଶ୍ୱିକରଣ, ଆତଙ୍କବାଦ ବିରୋଧୀ ଅଭିଯାନ ଠାରୁ ନେଇ ଶାନ୍ତିର ପୁର୍ନସ୍ଥାପନାର ଉଦ୍ୟମରେ ନରେନ୍ଦ୍ର ମୋଦିଙ୍କ ଚିନ୍ତନକୁ ସାରା ଦୁନିଆ ଅନୁଭବ କରୁଛି ଏବଂ ଏଥିରେ ଜନକଲ୍ୟାଣର ସୁଯୋଗ ମଧ୍ୟ ଖୋଜୁଛି  ।

ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ଓ ଦୂରଦୃଷ୍ଟିରେ ଭାରତ ପାଇଁ କିଛି କରିବାର ଦୃଢ଼ ଇଚ୍ଛାଶକ୍ତି ରହିଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନ ସେହି ଜୀବନଶୈଳିକୁ ପ୍ରତିପାଦିତ କରୁଛି, ଯେଉଁଠି ସବୁ ବ୍ୟକ୍ତିଙ୍କୁ ମୂଳ ମୌଳିକ ଅଧିକାର ପ୍ରାପ୍ତ ହେବ  । ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ରୋଜଗାର ସମେତ ସମସ୍ତ ମୌଳିକ ଆବଶ୍ୟକତା ପାଇଁ ଜନକଲ୍ୟାଣକାରୀ ରାଷ୍ଟ୍ରରୁ ଆଗକୁ ବଢି ଜନକଲ୍ୟାଣକାରୀ ସମାଜକୁ ଶକ୍ତି ପ୍ରଦାନ କରୁଛି  ।

କଳିଙ୍ଗ ଯୁଦ୍ଧ ସମୟରେ ସମ୍ରାଟ୍ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ  । ଓଡ଼ିଆ ଜାତିର ଅଦମ୍ୟ ସାହାସ ଓ ପରାକାଷ୍ଠା  କାରଣରୁ ଏହା ସମ୍ଭବ ହୋଇପାରିଥିଲା  । ଏବେ ମଧ୍ୟ ଓଡ଼ିଆ ଜାତି ଓ ସମାଜର ଶକ୍ତି ଓ ସାହାସ ପୂର୍ବଭଳି ରହିଛି  । ଜଣେ ସାଧାରଣ ଘରର ପିଲା ଠାରୁ ଆରମ୍ଭ କରି ପରିବାର, ଜାତି, ସମାଜ ତଥା ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ‘ଲୋକାଲ୍ ପାଇଁ ଭୋକାଲ’ ହେବାକୁ ଆହ୍ୱାନ କରିଛନ୍ତି  । ଏହି କ୍ରମରେ ରାଜ୍ୟର ହସ୍ତତନ୍ତ, ବୟନଶିଳ୍ପ ତଥା ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ଟେକ୍ନୋଲୋଜି ଜରିଆରେ ବିଶ୍ୱ ଆଗରେ ଉପସ୍ଥାପନ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault